ଡାଇବେଟିସ ଥିଲେ ବି ଖାଇ ପାରିବେ କନ୍ଦମୂଳ, ଜାଣନ୍ତୁ କାହିଁକି ?

ଡାଇବେଟିସ ଥିଲେ ବି ଖାଇ ପାରିବେ କନ୍ଦମୂଳ, ଜାଣନ୍ତୁ କାହିଁକି ?

 ମଧୁମେହ ରୋଗୀଙ୍କୁ ମାଟିରୁ ଉତ୍ପାଦନ ହେଉଥିବା ପରିବା ଖାଇବାକୁ ବାରଣ କରାଯାଉ ଥିଲେ ବି କନ୍ଦମୂଳ ଖାଇବାକୁ ମନା ହୁଏନି । କାରଣ ଏଥିରେ ଥିବା ଉପାଦାନ ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌ ଲାଭପ୍ରଦ । କନ୍ଦମୂଳରେ ରହିଛି ଫାଇବର, ଭିଟାମିନ୍‌ ଏ, ସି, ବି ୬, ମିନେରାଲ୍ସ,ପୋଟାସିୟମ୍‌, ମାଙ୍ଗାନିଜ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ । ଏହାଛଡା କନ୍ଦମୂଳରେ ବିଟା-କାରୋଟିନ୍‌ ନାମକ ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି, ଯାହା ଶରୀରକୁ ଭିଟାମିନ ଏ ଅଭାବରୁ ହେଉଥିବା ରୋଗରୁ ରକ୍ଷା କରେ । ଏଥିରେ ଭିଟାମିନ୍‌ ଏବଂ ଖଣିଜ ପଦାର୍ଥ ଯାହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ । କନ୍ଦମୂଳ ଖାଇବା ଦ୍ୱାରା ଶରୀରକୁ ପୋଷକ ତତ୍ତ୍ୱ ମିଳିଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏହା ଫଳରେ ରୋଗ ଏବଂ ସଂକ୍ରମଣ ସହ ଲଢିବାକୁ ଶରୀରକୁ ଶକ୍ତି ମିଳିଥାଏ । ଏଥିସହ କୋଷ୍ଠକାଠିନ୍ୟରୁ ମଧ୍ୟ ଏହା ମୁକ୍ତି ପ୍ରଦାନ କରି ହଜମ ପ୍ରକ୍ରିୟାକୁ ସରଳ କରିଥାଏ ।