ଖରା ଦିନରେ କିପରି ନେବେ ତ୍ଵଚାର ଯତ୍ନ
ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ । ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ...
ଖରା ଏବଂ ପ୍ରଦୂଷଣ ଏହି ଦୁଇଟି ତ୍ୱଚା ଲାଗି ସବୁଠାରୁ ବଡ଼ ଶତ୍ରୁ । କିନ୍ତୁ ଅଫିସ ଯିବାର ଥିଲେ କିମ୍ବା କୌରସି କାମରେ ବାହାରକୁ ଯାଉଥିଲେ, ନିଜ ତ୍ୱଚାକୁ ଯେତେ ସମ୍ଭବ ସୁରକ୍ଷିତ ରଖିବା ଦରକାର । ନିଜ ସ୍କିନ କେୟାର ରୁଟିନରେ କିଛି ଘରୋଇ ଉପଚାର ସାହାଯ୍ୟରେ ଆପଣ ନିଜ ତ୍ୱଚାକୁ ସୁରକ୍ଷିତ ରଖିପାରିବେ ।
ମଶ୍ଚରାଇଜର: ସକାଳୁ ଘରୁ ବାହାରକୁ ଯିବା ପୂର୍ବରୁ ମଶ୍ଚରାଇଜର ଏବଂ ସନସ୍କ୍ରିନ ଲୋସନ ଲଗାଇବାକୁ ଭୁଲନ୍ତୁ ନାହିଁ । ଯଦି ରାତିରେ ଶୋଇବା ପୂର୍ବରୁ ସ୍କିନ କେୟାର କରୁଛନ୍ତି ଯେମିତିକି କିଛି ପୋଷକ ତତ୍ତ୍ୱ ଦେଉଛନ୍ତି ତେବେ ଏହା ଦ୍ୱାରା ସ୍କିନର ଚମକ ପ୍ରଭାବିତ ହେବ ନାହିଁ ।
କାକୁଡ଼ି: ରାତିରେ ମୁହଁ ସଫାକଲା ପରେ କାକୁଡ଼ି ରସ ମୁହଁରେ ଲଗାଇପାରିବେ । କାକୁଡ଼ିରେ ୯୨ ପ୍ରତିଶତ ଜଳ ରହିଛି, ଯାହା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ କରିଥାଏ । ଏହା ଗରମ ଜନିତ ସମସ୍ୟାକୁ ଠିକ କରିପାରେ । ଆପଣ ପ୍ରତିଦିନ ରାତିରେ ମୁହଁକୁ ଭଲ ଭାବେ ଧୋଇ ତାକୁ ଶୁଖାଇ ଦିଅନ୍ତୁ । ଏହାପରେ କାକୁଡ଼ିରସକୁ ମୁହଁରେ ହାଲକା ଭାବେ ଲଗାଇ ରାତି ସାରା ଛାଡ଼ି ଦିଅନ୍ତୁ । ଏହାଦ୍ୱାରା ମୁଖବ୍ରଣ ଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ମୁହଁ ଅଧିକ ଚମକ ଦେଖାଯାଇଥାଏ ।
ଦହି:ଦହି କେଶ ଏବଂ ଶରୀର ଲାଗି ବେଶ୍ ଉପଯୋଗୀ । ଏଥିରେ କ୍ୟାଲସିୟମ, ପ୍ରୋଟିନ ସହ ଭିଟାମିନ ଡି ରହିଛି । ଏହା ତ୍ୱଚାକୁ ଚମକଦାର ରଖିବାରେ ସାହାଯ୍ୟ କରିଥାଏ । ଯଦି ପ୍ରତିଦିନ ତ୍ୱଚାରେ ଦହି ଲଗାଯାଏ ତେବେ ମୁଖବ୍ରଣ ସମସ୍ୟା ଦୂର ହେବା ସହ ଆଖି ତଳେ ଥିବା କଳାଦାଗ ଦୂର ହୋଇଥାଏ । ଦହିର ଫେସ ପ୍ୟାକ ପ୍ରସ୍ତୁତ କରିବାକୁ ହେଲେ ପ୍ରତିଦିନ ଅଳ୍ପ ମାତ୍ରାରେ ଏକ ମାତ୍ରରେ ଦହି ନିଅନ୍ତୁ । ସେଥିରେ ୫ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ଏହାକୁ ରାତିରେ ଧୁଅନ୍ତୁ ନାହିଁ । ସକାଳେ ମୁହଁକୁ ଭଲ ଭାବେ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ନିଜ ତ୍ୱଚାର ଫରକ ଜାଣିପାରିବେ ।
ଆଲୋଭେରା: ଯଦି ଆପଣଙ୍କ ତ୍ୱଚା ଝାଉଁଳି ଯାଉଛି କିମ୍ବା ସନବର୍ନ ହେଉଛି ତେବେ ଆଲୋଭେରା ଜେଲ ତୁରନ୍ତ ଆପଣଙ୍କୁ ଆରାମ ଦେବ ।




admin 