ଚନ୍ଦ୍ରଯାନ-୩କୁ ତାତ୍ସଲ୍ୟ, ପ୍ରକାଶ ରାଜଙ୍କ ବିରୋଧରେ ମାମଲା
ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ ଉପରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ କର୍ଣ୍ଣାଟକର ବାଗାଲକୋଟ ଥାନାରେ ଅଭିନେତା ପ୍ରକାଶ ରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଉକ୍ତ ପୋଷ୍ଟରେ ସେ ଚନ୍ଦ୍ରଯାନ-୩କୁ ତାତ୍ସଲ୍ୟ କରିଥିଲେ। ଚନ୍ଦ୍ରଯାନ-୩ ମିଶନ ଉପରେ ଏହି ପୋଷ୍ଟ ନେଇ ଏକ ହିନ୍ଦୁ ସଂଗଠନ ପକ୍ଷରୁ ପ୍ରକାଶ ରାଜଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ବୋଲି ପୋଲିସ କହିଛି।ପ୍ରକାଶ ରାଜ ରବିବାର ଟ୍ବିଟରରେ ଏକ କାର୍ଟୁନ୍ ସେୟାର କରିଥିଲେ । ଏଥିରେ ଜଣେ ବ୍ୟକ୍ତି ସାର୍ଟ ପିନ୍ଧି ଅଣ୍ଟା ବେଲ୍ଟ ଦ୍ବାରା ଏକ ପାତ୍ରରେ ଚା’ ଢାଳୁଛନ୍ତି। ଏହି ଫଟୋ ସହିତ ପ୍ରକାଶ ରାଜ କ୍ୟାପସନ୍ (କନ୍ନଡ଼ରେ)ରେ ଲେଖିଥିଲେ, “ତାଜା ଖବର: ଚନ୍ଦ୍ରଯାନର ପ୍ରଥମ ଫଟୋ ପଠାଇଛି ବିକ୍ରମଲାଣ୍ଡର୍ ।
ପ୍ରକାଶ ରାଜ କାର୍ଟୁନରେ ଥିବା ବ୍ୟକ୍ତିଙ୍କ ବିଷୟରେ ବିଶେଷ କିଛି ଲେଖି ନଥିଲେ କିନ୍ତୁ ସୋସିଆଲ ମିଡିଆ ୟୁଜରମାନେ ଏହାକୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ପୂର୍ବତନ ମୁଖ୍ୟ କେ ସିବନ୍ ବୋଲି ଧରିନେଇଥିଲେ । ଚନ୍ଦ୍ରଯାନ ମିଶନକୁ ପରିହାସ କରିବା ନେଇ ପ୍ରକାଶ ରାଜଙ୍କୁ ସେମାନେ ସମାଲୋଚନା କରିଥିଲେ




admin 