ନକଲି ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୁଲିସ
ବ୍ରହ୍ମପୁର : ଓଡ଼ିଶାରେ ଚାଲିଥିବା ଏକ ନକଲି ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୁଲିସ । ଏହି ରାକେଟ ମୁଖ୍ୟ ତଥା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ବରର ସରକାରୀ ଶିକ୍ଷକ ଦଇତାରୀ ବେହେରାଙ୍କ ସମେତ ଢେଙ୍କାନାଳର ପ୍ରଶାନ୍ତ ସାହୁ, କଟକର କିଶୋର ବେହେରା ଓ ଦୈତରୀଙ୍କ ଅମୃତ ପ୍ରସାଦ ବେହେରାଙ୍କୁ ଗିରଫ କରିଛି ।
ଅଭିଯୁକ୍ତଙ୍କ ନିକଟରୁ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ଵବିଦ୍ୟାଳୟର ନକଲି ସାର୍ଟିଫିକେଟ ସହ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ରାଜ୍ୟର ବିଭିନ୍ନ କଲେଜ ଓ ବୋର୍ଡ଼ର ନକଲି ସାର୍ଟିଫିକେଟ ଓ ସିଲ୍, ବିପିୟୁଟିର ନକଲି ସାର୍ଟିଫିକେଟ ଓ ସିଲ ଜବତ ହୋଇଛି । ସେହିପରି କମ୍ପ୍ୟୁଟର, ପ୍ରିଣ୍ଟର, ୧୦୦ରୁ ଅଧିକ ସିଲ୍ ଜବତ ହୋଇଛି । ଜଣେ ମହିଳାଙ୍କୁ ବିଏଡ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ନେବା ପରେ ପରବର୍ତ୍ତି ସମୟରେ ତାଙ୍କୁ ନକଲି ସାର୍ଟିଫିକେଟ ଦେଇଥିଲେ ଦଇତାରୀ ବେହେରା । ଏ ନେଇ ମହିଳା ଜଣଙ୍କ ଗୋସାଇଁ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ଅସଲି ଭଳି ଦେଖାଯାଉଥିବା ଏହି ନକଲି ସାର୍ଟିଫିକେଟ ସବୁ ଢେଙ୍କାନାଳରେ ପ୍ରିଣ୍ଟ ହେବା ପରେ କଟକରେ ସିଲ୍ ମରା ଯାଉଥିଲା ।




admin 