ଓଡ଼ିଶା ପିସିସିର ସଜବାଜ

ଓଡ଼ିଶା ପିସିସିର ସଜବାଜ

ଭୁବନେଶ୍ବର :ପିସିସି ଟିମ୍ ହେଲା ପୁନର୍ଗଠିତ । ୨୦୨୪ ନିର୍ବାଚନ ପାଇଁ ଓଡ଼ିଶା ପିସିସିର ସଜବାଜ ।  ଦଳକୁ ମଜଭୁତ କରିବାକୁ ପ୍ରସ୍ତୁତ ହେବ ରୋଡ଼ମ୍ୟାପ୍ । ସାମିଲ ହେଲେ ବରିଷ୍ଠ , ଯୁବ, ଛାତ୍ର । ନୂଆ ଟିମ୍ ନୂଆ ବ୍ଲୁପ୍ରିଣ୍ଟ ସହ କାମ କରିବ ଓଡ଼ିଶା ପିସିସି । ନୂଆ ଟିମ୍‌ରେ ୫ଜଣ ବରିଷ୍ଠ ଉପସଭାପତି ଭାବେ ସ୍ଥାନ ପାଇଥିବାବେଳେ ୧୨ଜଣଙ୍କୁ ଉପସଭାପତି ଭାବେ ଦାୟିତ୍ବ ଦିଆଯାଇଛି ।

୩୯ଜଣ ସାଧାରଣ ସମ୍ପାଦକ ଭାବେ ରହିଛନ୍ତି। ସେହିଭଳି ୬୧ଜଣଙ୍କୁ ସମ୍ପାଦକ ଭାବେ ଦାୟିତ୍ବ ମିଳିଛି । ଏହି ନୂଆ ଟିମରେ ସନ୍ତୋଷ ସିଂହ ସାଲୁଜାଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଛି ।

ଗଣେଶ୍ବର ବେହେରାଙ୍କୁ ମିଡ଼ିଆ ସେଲ୍ ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି । ୨୭ଜଣ ଏହି ମିଡ଼ିଆ ଟିମ୍‌ର ନେତୃତ୍ବ ନେବେ । କାର୍ୟ୍ୟନିର୍ବାହି କମିଟିରେ ୬୭ଜଣ ରହିଛନ୍ତି । ଏହି କମିଟିରେ ମହମ୍ମଦ ମୋକିମ ଏବଂ ବିଜୟ ପଟ୍ଟନାୟକଙ୍କୁ  ମିଳିଛି ସ୍ଥାନ । ସେହିଭଳି କିଛି ଦିନ ହେବ ବିଜୟ ପଟ୍ଟନାୟକଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଥିଲା ।