ଏହି ୩ଟି ଜିନିଷ ଉପରେ ଧ୍ୟାନ ଦେବା ,ଆଖି ରହିବ ସୁସ୍ଥ

ଏହି ୩ଟି ଜିନିଷ ଉପରେ ଧ୍ୟାନ ଦେବା ,ଆଖି ରହିବ ସୁସ୍ଥ

ମୋଟାପା , କୋଲେଷ୍ଟ୍ରଲ , ଡାଇବେଟିସ୍‌ ଭଳି ଶାରୀରିକ ସମସ୍ୟା ଦିଗକୁ ସମସ୍ତେ ଧ୍ୟାନ ଦେଇଥାନ୍ତି ,ରକ୍ଷା ପାଇବା ପାଇଁ ଉପାୟ ଅବଲମ୍ୱନ କରିଥାନ୍ତି ଏବଂ ଉତ୍ତମ ଡାଇଟିଂ ଉପରେ ବି ଫୋକସ ଦେଇଥାନ୍ତି, ଏହିପରି ଆଖିର ସୁସ୍ଥ ଉପରେ ମଧ୍ୟ ଧ୍ୟାନ ଦେବା ଖୁବ୍‌ ଜରୁରୀ। କିନ୍ତୁ ଖୁବ୍‌ କମ୍‌ ଲୋକ ଅଛନ୍ତି ଯିଏ ଆଖିର ସୁସ୍ଥତାକୁ ନେଇ ସତର୍କ ଥାନ୍ତି। 

ଆପଣଙ୍କର ଆଖିର ସୁରକ୍ଷା ପାଇଁ ଆପଣଙ୍କୁ କଣ ଖାଇବା ଉଚିତ୍‌ , ଏହା ମଧ୍ୟ ଜାଣିବା ଖୁବ୍‌ ଜରୁରୀ ହୋଇଯାଏ। ଆଖିର ହେଲଥ୍ ପାଇଁ ନାରଙ୍ଗୀ ,ଗୋଲାପୀ ଓ ଲାଲ୍‌ ରଙ୍ଗର ପନିପରିବା ଖାଇବା ଉଚିତ୍‌। ଭଲ ପୋଷଣ ଆମର ସଂପୂର୍ଣ୍ଣ ଶରୀରକୁ ସଠିକ୍‌ ଉପାୟରେ କାମ କରିବାରେ ସାହାଯ୍ୟ କରିଥାଏ ।

ଆଖିର ହେଲଥ୍‌ ମଧ୍ୟ ଆମର ସ୍ୱାସ୍ଥ୍ୟର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ , ଯାହାକୁ ଲୋକେ ଅନେକ ସମୟରେ ପ୍ରାଥମିକତା ଦେବେ ନାହିଁ , ଦୃଷ୍ଟିଶକ୍ତିକୁ ବୃଦ୍ଧି କରାଇବା ପାଇଁ ଓ ଅବାଞ୍ଚିତ ସମସ୍ୟାରୁ ରକ୍ଷା ପାଇଁ ଡେଲ୍‌ ପିନ୍ନାକ କିଛି ଜିନିଷ କହିଛନ୍ତି , ଯାହାକୁ ଡାଇଟ୍‌ରେ ନେବା ଉଚିତ୍‌ । 

ଫ୍ୟାଟ୍‌ ଯୁକ୍ତ ଓ ଖୁବ୍‌ ଭଲ ଟେଷ୍ଟର ସାଲମନ ମାଛରେ ପ୍ରୋଟିନ ବହୁତ ଅଧିକ ଥାଏ। ଏହାସହ ଏଥିରେ ଓମେଗା -୩ ଫ୍ୟାଟି ଏସିଡ୍‌ ଓ ଏଷ୍ଟକ୍ସେନ୍ଥିନ ମଧ୍ୟ ହୋଇଥାଏ , ଯାହା ବୟସ ସମ୍ୱନ୍ଧିତ ମ୍ୟାକ୍ୟୁଲର ଡିଜେନରେଶନ (ଏଏମଡି), ଗ୍ଲୁକୋମା ଭଳି ଆଖିର ସ୍ଥିତିର ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ।

ଯଦି ଆପଣଙ୍କୁ ସାଲମନ ପସନ୍ଦ ନୁହେଁ ତ, ଏଷ୍ଟେକ୍ସେନ୍ଥିନର ଅନ୍ୟ ଭଲ ସୋର୍ସରେ ଟ୍ରାଉଟ୍‌ ବା ଝିଙ୍ଗେ ମଧ୍ୟ ଅଛି । ଓମେଗା ୩ ମ୍ୟାକରେଲ ( ଛୋଟ ସମୁଦ୍ର ମାଛ) , ସାର୍ଡିନ ( ମାଛ) , ବାଦାମ ଓ ଚିୟା ସିଡ୍ସରୁ ମଧ୍ୟ ମିଳିଥାଏ ।

ନାରଙ୍ଗୀ ଲଙ୍କା ଓ କନ୍ଦମୂଳ ଉଭୟ ହିଁ ବିଟା କ୍ୟାରୋଟିନ ନାମକ ଆଣ୍ଟିଅକ୍ସିଡେଣ୍ଟ ଫାଇଟୋକେମିକାଲରେ ନିଜର ନାରଙ୍ଗୀ ରଙ୍ଗ ପ୍ରାପ୍ତ କରିଥାଏ । ଆପଣଙ୍କ ଶରୀର ବିଟା କାରୋଟିନକୁ ଭିଟାମିନ-ଏ ରେ ପରିବର୍ତ୍ତିତ କରିଥାଏ , ଯାହା ଆଖି ପାଇଁ ଫଳପ୍ରଦ। ବିଶେଷଜ୍ଞଙ୍କ ଅନୁସାରେ , ବିଟା କେରୋଟିନ ଏଏନଡି, ମୋତିଆବିନ୍ଦୁ ଓ ଡାଇବେଟିସ ରେଟିନୋପାଥିର ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ। 

ଟମାଟରରେ ଲାଇକୋପାଇନ ନାମକ ଏକ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ , ଯାହା ମୋତିଆବିନ୍ଦୁର ବିକାଶର ବିପଦକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିପାଇଁ ସମସ୍ତଙ୍କୁ ଟମାଟର ବିଶେଷ ରୂପରେ ଖାଇବା ଉଚିତ , ଏଥିରେ ଓଭରଅଲ୍‌ ହେଲଥ୍‌ ସହ ଆଖି ମଧ୍ୟ ସୁସ୍ଥ ରହିବ।

ଆଖିକୁ ସୁସ୍ଥ ରଖିବାରେ ଅନ୍ୟ ମହତ୍ତ୍ୱପୂର୍ଣ୍ଣ କାରକରେ ଏକ୍ସରସାଇଜ୍‌ କରିବା , ପର୍ଯ୍ୟାପ୍ତ ଶୋଇବା ଏବଂ ପ୍ରତି ୨ ବର୍ଷରେ ଆଖିର ଯାଞ୍ଚ କରିବା ସାମିଲ ରହିଛି। ଏଥିରେ ଆପଣଙ୍କୁ ନିଜ ଠାରେ ହେଉଥିବା ପରିବର୍ତ୍ତନ ଉପରେ ଧ୍ୟାନ ଦେବାରେ ସାହାଯ୍ୟ ମିଳି ପାରିବ।