ଷ୍ଟାଇଲିସ୍ ପୋଷକରୁ ଜାଣନ୍ତୁ ବ୍ୟକ୍ତିତ୍ଵ
ସ୍ମାର୍ଟ ଓ ଫିଟ୍ ରହିବାକୁ ଯୁବକମାନେ ମଧ୍ୟ ଅନେକ ଷ୍ଟାଇଲକୁ ଅନୁସରଣ କରୁଛନ୍ତି । ଷ୍ଟାଇଲିସ୍ ପୋଷାକ ସହିତ ମ୍ୟାଚିଂ ଆସୋସରିଜର ବ୍ୟବହାର କରୁଛନ୍ତି । ପ୍ରଫେସେନାଲ ଲୁକ୍ ପାଇବା ପାଇଁ ଆପଣ ସଲିଡ୍ ନେକ ଟାଇ କିମ୍ବା ପ୍ୟାଟିନ୍ ନେକ୍ ଟାଇ ପିନ୍ଧି ପାରିବେ । ପାର୍ଟି କିମ୍ବା ଫଙ୍କସନ୍ରେ ଆକର୍ଷଣୀୟ ଲୁକ୍ ପାଇବା ପାଇଁ ସିମ୍ପଲ ଟାଇ ପିନ୍ଧିପାରିବେ । ଟାଇପ୍ ଅପ କୋର୍ଟ, ସ୍ଲିମ୍ ଫିଟ୍ ସିଙ୍ଗଲ ବ୍ରେଷ୍ଟେଡ ସୁଟ, ସ୍ଲିମ୍ ଫିଟ୍ ସୁଟ ଏବଂ ଫୁଲ ଶୋଲ୍ଡର ଡିଜାଇନ୍ ସହ ସ୍ଲିମ୍ କଟ ଥ୍ରିଡି ଯୁକ୍ତ କୋର୍ଟ ପ୍ୟାଣ୍ଟ ପିନ୍ଧି ପାରିବେ । ଏହାଦ୍ୱାରା ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଏ । ଏହାଛଡା ଜୋତା, ଷ୍ଟାଇଲିସ୍ ଘଣ୍ଟା, ସନଗ୍ଲାସ୍, ୱାଲେଟ, ବେଲ୍ଟ ଆଦି ବ୍ୟବହାର କରିବା ଜରୁରି । ଫର୍ମାଲ ଲୁକ୍ ପାଇଁ ବ୍ଲାକ୍ ସୁଜ୍ ଚୟନ କରନ୍ତୁ । ଅଫିସ୍ କିମ୍ବା ମିଟିଂ ଲାଗି ବ୍ଲାକ୍ ଜୋତା ପିନ୍ଧିବା ସବୁଠୁ ଭଲ ।




admin 