କୁଳାଙ୍ଗାର ପୁଅ:ବାପାକୁ ପିଟିପିଟି ମାରିଦେଲା
ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା କୁମାରପୁର ଗାଁରେ ବାପାକୁ ପିଟି ପିଟି ହତ୍ୟା କରିଲା ପୁଅ । ମୃତକ ହେଲେ କୁମାରପୁର ଗାଁର ରମେଶ ପ୍ରଧାନ । ଶୁକ୍ରବାର ରାତିରେ ବାପା ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ଏକ ବାପ ମୁଣ୍ଡକୁ କାଠଫାଳିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ବାପା ରମେଶ ପ୍ରଧାନ ମୃତ, ପୁଅ ଦାମ ପ୍ରଧାନ ଥାନାରେ ଅଟକ । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଥାଉକି, ଦୀର୍ଘଦିନ ଧରି ବାପା-ପୁଅଙ୍କ ମଧ୍ୟରେ ତିକ୍ତରା ଲାଗି ରହିଥିଲା । ତେବେ ଶୁକ୍ରବାର ଉଗ୍ରରୂପ ନେଇଥିଲା ବାପା-ପୁଅଙ୍କ ଝଗଡା । ରାଗିଯାଇ ବାପାକୁ ପୁଅ କାଠଫାଳିଆରେ ହାଣି ହତ୍ୟା କରିଥିଲା । ଘଟଣାସ୍ଥଳରେ ବାପାର ମୃତ୍ୟୁ ହୋଇଥିଲା । ଏବେ ଘଟଣାପରେ ପୁଅକୁ ଅଟକ ରଖିଛି ପୋଲିସ ।




admin 