ରାଜନୀତିରେ ନୀଳମଣିଙ୍କ ତିନି ପିଢ଼ି

ରାଜନୀତିରେ ନୀଳମଣିଙ୍କ  ତିନି ପିଢ଼ି

ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଭଳି ତାଙ୍କ ପୁଅ ବିଜୟଶ୍ରୀ ରାଉତରାୟ ଲମ୍ବା ସମୟ ଧରି କ୍ଷମତା ରାଜନୀତିରେ ରହି ନିଜ ଦବଦବା ଜାହିର କରିଥିଲେ । ନୀଳମଣି କଂଗ୍ରେସରେ ସାମିଲ ହୋଇ ୧୯୫୨ରୁ ୧୯୬୭ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇ ବିଭିନ୍ନ ବିଭାଗର ମନ୍ତ୍ରୀ ପଦ ମଣ୍ଡନ କରିଥିଲେ । ୧୯୭୧ରେ ଉତ୍କଳ କଂଗ୍ରେସରେ ଯୋଗଦେଇ ବାସୁଦେବପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଜନତା ଦଳରେ ରହି ସେ ୧୯୭୭ରୁ ୮୦ ମସିହା ଯାଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । 

ବାପାଙ୍କ ଭଳି ପୁଅ ବିଜୟଶ୍ରୀ ରାଉତରାୟ ମଧ୍ୟ କ୍ଷମତା ରାଜନୀତିରେ ୨୯ ବର୍ଷ ରହି ନୀଳମଣିଙ୍କର ସୁଯୋଗ୍ୟ ସନ୍ତାନ ହୋଇପାରିଥିଲେ । ୧୯୯୦ରୁ ୨୦୧୯ ମସିହା ଯାଏ ଲଗାତାର ୬ ଥର ବିଧାୟକ ହୋଇ ବାସୁଦେବପୁରର ଅପରାଜେୟ ନାୟକ ହୋଇଥିଲେ । ୨୦୧୯ରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ବାସୁଦେବପୁରରେ ବିଜେଡି ପ୍ରାର୍ଥୀ ହୋଇ ବିଜୟ ହାସଲ କରିଥିଲେ ।