ବିଜେଡ଼ି ବିଧାୟକ, ସାଂସଦ, ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶିକ୍ଷଣ, କାହିଁକି ଜାଣନ୍ତୁ

ବିଜେଡ଼ି ବିଧାୟକ, ସାଂସଦ, ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶିକ୍ଷଣ, କାହିଁକି ଜାଣନ୍ତୁ

ଭୁବନେଶ୍ବର: ନୂଆ ଓଡ଼ିଶାର ପରିକଳ୍ପନା ପାଇଁ ସୋସିଆଲ ମିଡିଆ ହେବ ମୁଖ୍ୟ ମାଧ୍ୟମ  । ନିର୍ବାଚନ ପାଇଁ ନୁହେଁ ବରଂ ଲୋକଙ୍କ ସମସ୍ୟା ଓ ଏହାର ସମାଧାନ ଲାଗି ସୋସିଆଲ ମିଡିଆକୁ ପ୍ରମୁଖ ଅସ୍ତ୍ର କରିବ ବିଜେଡି । ଏହାସହ ବିରୋଧୀଙ୍କ ଅପପ୍ରଚାରର ସିଧାସଳଖ ଜବାବ ସୋସିଆଲ ମିଡ଼ିଆ ଜରିଆରେ ଦେବାକୁ  ବିଜେଡ଼ି  ବିଧାୟକ, ସାଂସଦ, ନିର୍ବାଚିତ ପ୍ରତିନିଧିଙ୍କୁ  ଦିଆଯାଇଛି ପ୍ରଶିକ୍ଷଣ । ଫୋକସରେ ରହିବ ଫେସବୁକ , ଟୁଇଟର ଓ ଇନଷ୍ଟାଗ୍ରାମ ।

ସୋସିଆଲ ମିଡିଆ ସାଜିବ ସଶକ୍ତ ଓଡ଼ିଶାର ମୁଖ୍ୟ ଅସ୍ତ୍ର । ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ବିଟର ଓ ହ୍ବାଟସଆପ୍ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ହେବେ ବିଜେଡି ନେତା ଓ କର୍ମୀ । ବିକାଶର ଚିତ୍ର ଓ ସରକାରଙ୍କ ବିଭିନ୍ନ ସଫଳ ଯୋଜନାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବ ଦଳ । ଜନସେବା ସହ ଲୋକଙ୍କ ସମସ୍ୟା ସୋସିଆଲ ମିଡ଼ିଆରେ ଶୁଣି ସମାଧାନର ବାଟ ଫିଟାଇବେ ନେତା । ଖାସ ଏଥିଲାଗି ବିଜେଡ଼ି  ବିଧାୟକ, ସାଂସଦ, ନିର୍ବାଚିତ ପ୍ରତିନିଧିଙ୍କୁ ଦିଆଯାଇଛି ପ୍ରଶିକ୍ଷଣ ।