ତ୍ୱଚା ପାଇଁ ଖିର କେତେ ଉପକାରୀ ? ଜାଣନ୍ତୁ,

ତ୍ୱଚା ପାଇଁ ଖିର କେତେ ଉପକାରୀ ? ଜାଣନ୍ତୁ,

ଭୁବନେଶ୍ୱର: ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ । କିନ୍ତୁ ଅନିୟମିତ ଖାଦ୍ୟ ପ୍ରଣାଳୀ ଓ ଜୀବନଚର୍ଯ୍ୟା ଯୋଗୁଁ ଆମେ ବିଭିନ୍ନ ପ୍ରକାରର ତ୍ୱଚା ଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ପ୍ରତିଦିନ ଖିରକୁ ନିଜ ତ୍ୱଚା ଯତ୍ନ ପାଇଁ ବ୍ୟବହାର କଲେ, ଚମକ ଆସିବା ସହ ଅନ୍ୟ ସମସ୍ୟା ବି ଦୂରେଇଯାଏ । 

ମହୁ ଓ ଖିର : ଖିରରେ ମହୁ ମିଶାଇ ମୁହଁ, ହାତ ଓ ବେକରେ ଲଗାନ୍ତୁ । ମହୁ ତ୍ୱଚା ପାଇଁ ଔଷଧ ଭଳି କାମ କରେ । ଏହାକୁ ଲଗାଇଲେ ତ୍ୱଚାରେ ଚମକ ଆସେ । ତ୍ୱଚାକୁ ସଫା କରିବାକୁ ଏକ ଛୋଟ ଚାମଚ ମହୁରେ ଖିର ମିଶାଇ ମୁହଁରେ ଲଗାଇବେ । ୧୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ମୁହଁକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ । ଦେଖିବେ ଆପଣଙ୍କ ମୁହଁରେ କେମିତି ଚମକ ଆସୁଛି । 

ତ୍ୱଚା ଭାଙ୍ଗ: ଦୁଇ ଚାମଚ ମହୁରେ ଅଧ ଚାମଚ ଗ୍ଲିସେରିନ୍‌ ଓ ଚାରିଚାମଚ ଖିରସରକୁ ମିଶାଇ ତ୍ୱଚାରେ ଲଗାନ୍ତୁ । ସପ୍ତାହରେ ଦୁଇଥର ଏହି ମିଶ୍ରଣ ଲଗାଇଲେ ତ୍ୱଚା ଭାଙ୍ଗ ସମସ୍ୟା ଦୂର ହୁଏ । 

ଓଠ କଳା: ଯଦି ଓଠ କଳା ପଡ଼ିଛି, ଖିରକୁ ଓଠରେ ଲଗାଇଲେ ତା’ କଳାପଣ ଦୂର ହୁଏ । ଯଦି ଆପଣଙ୍କ ଓଠ ଫାଟୁଛି, ତେବେ ୨ଚାମଚ ଗୋଲାପଜଳ, ଅଧ ଚାମଚ ଲେମ୍ବୁରସ ସହ ଖିରକୁ ଭଲଭାବେ ମିଶାଇ ଲଗାଇପାରିବେ । 

ଖିର ସର: ଖିର ଲଗାଇଲେ ତ୍ୱଚା ଅଧିକ କୋମଳ ହୁଏ । ଦୁଇ ଚାମଚ ଖିରସର ସହ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ । ଏପରି କଲେ ତ୍ୱଚାର ଶୁଷ୍କତା ଦୂର ହୋଇଥାଏ । ଖିର ସହ ଗୋଲାପଜଳ ମିଶାଇ ପୂରା ଶରୀରରେ ଲଗାଇବା ଦ୍ୱାରା ତ୍ୱଚାର ରଙ୍ଗ ଧୀରେ ଧୀରେ ସଫା ହୁଏ ।