ଅଟୋ ପଛରେ ଲେଖା ସୁଖ ଜୀବନର ବାଣୀ!
ସମୟ ସମୟରେ ଅଟୋ, ଟ୍ରକ୍ ଏବଂ କାର୍ ପଛରେ ଏମିତି କିଛି ଲେଖାଯାଇଥାଏ ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରେ । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏହି ଭିଡିଓଟିରେ ରାସ୍ତାରେ ଏକ ଅଟୋ ଯାଉଥିବା ଦେଖିବାକୁ ମିଳୁଛି । ଏହା ପଛପଟେ ଲେଖା ହୋଇଛି, ‘ଏନଜୟ ଏଭ୍ରି ମୁମେଣ୍ଟ, ବିକଜ୍ ଡେଥ୍ ଇଜ ଅନଏକ୍ସପେକ୍ଟେଡ’ । ଅର୍ଥାତ୍ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୋଲାଖୋଲି ଭାବରେ ବଂଚିବା ଶିଖନ୍ତୁ, କାରଣ ମୃତ୍ୟୁ କେବେ କାହାକୁ କହିକି ଆସି ନଥାଏ ।’ ତେବେ ଅନେକ ଜ୍ଞାନୀମାନେ କହିଛନ୍ତି, ‘ ଜୀବନରେ ଆପଣଙ୍କ ପାଖରେ କ’ଣ ଅଛି କ’ଣ ନାହିଁ, କେଉଁ ପରିସ୍ଥିତିରେ ଅଛନ୍ତି ସେ କଥା କଦାପି ଚିନ୍ତା କରି ମନ ଦୁଃଖ କରନ୍ତୁ ନାହିଁ । ଜୀବନ ଯେମିତି ଅଛି ଯାହା ଅଛି ତାକୁ ନେଇ ଖୁସିରେ ବଂଚିବା ଶିଖନ୍ତୁ ।