ରାଜନୀତିର ଚର୍ଚ୍ଚିତ ଚେହେରା ଅତନୁ ସବ୍ୟସାଚୀ ନାୟକ
ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହେଉଛନ୍ତି ଅତନୁ ସବ୍ୟସାଚୀ ନାୟକ । ୧୯୬୭ ମସିହା ମେ ୭ରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ରାଜ କିଶୋର ନାୟକଙ୍କୁ ପାଟକୁରାର ଗାନ୍ଧୀ ବୋଲି କୁହାଯାଏ । ସାମ୍ବାଦିକ ଭାବେ କ୍ୟାରିୟର ଆରମ୍ଭ କରିଥିବା ଅତନୁ, ରାଜନୀତିରେ ବେଶ ସଫଳ ହୋଇପାରିଛନ୍ତି । ବର୍ଷୀୟାନ ନେତା ବିଜୟ ମହାପାତ୍ରଙ୍କୁ ହରାଇ ସେ ଚର୍ଚ୍ଚା ସୃଷ୍ଟି କରିଥିଲେ । ବିଜୁ ଜନତା ଦଳର ବହୁ ପଦପଦବୀରେ ରହି ସେ ସାଙ୍ଗଠନିକ ଶକ୍ତିର ପ୍ରମାଣ ଦେଇଛନ୍ତି । ୨୦୦୪ରେ ସେ ପ୍ରଥମ ଥର ପାଇଁ ପାଟକୁରାରୁ ବିଧାୟକ ହୋଇଥିଲେ । ତେବେ ୨୦୦୯, ୨୦୧୪ ଓ ୨୦୧୯ରେ ସେ ମହାକାଳପଡ଼ାରୁ ପ୍ରତିନିଧିତ୍ୱ କରିଥିଲେ । ନବୀନ ସରକାରରେ ସେ ଅନେକ ବାର ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ।