ଅନନ୍ତ ବାସୁଦେବଙ୍କୁ କାହିଁକି କୁହାଯାଏ କ୍ଷେତ୍ରପାଳ?

ଅନନ୍ତ ବାସୁଦେବଙ୍କୁ କାହିଁକି କୁହାଯାଏ କ୍ଷେତ୍ରପାଳ?

ସ୍କନ୍ଦ ପୁରାଣ, ଏକାମ୍ର ପୁରାଣ ଓ ଶିବ ପୁରାଣ ଅନୁସାରେ, ଶିବ ନିଜର ତ୍ରିଶୂଳ ମାରି ଜଳୋତ୍ତଳନ କରି ପାର୍ବତୀଙ୍କର ତୃଷ୍ଣା ନିବାରଣ କରିଥିଲେ । ସେତେବେଳେ ପାର୍ବତୀଙ୍କର ଅନୁରୋଧରେ ବିନ୍ଦୁ ସାଗର ନାମରେ ଜଳାଶୟଟି ପ୍ରତିଷ୍ଠା କରିଥିଲୋ ଏଥିପାଇଁ ସଚରାଚର ଜଗତରୁ ତୀର୍ଥମାନଙ୍କୁ ଅଣାଯାଇଥିଲା । ଏହାସହ ବ୍ରହ୍ମା ବିଷ୍ଣୁ ତଥା ଇନ୍ଦ୍ରାତି ଦେବତାମାନେ ମଧ୍ୟ ଆସିଥିଲେ । ପ୍ରତିଷ୍ଠା କାର୍ଯ୍ୟ ସରିବା ପରେ ଭଗବାନ ଶିବ ନିଜେ ବାସୁଦେବଙ୍କୁ ବସ୍ତ୍ରଦ୍ୱୟ ଅନନ୍ତ ଓ ଭଗବାନ ବାସୁଦେବଙ୍କର ମସ୍ତକରେ ବାନ୍ଧି ଦେଇଥିଲେ । ତା’ ପରେ ସମସ୍ତ ଦେବତାଙ୍କ ଆଗରେ ଅନୁରୋଧ କରି କହିଥିଲେ ହେ ପୁରୁଷୋତ୍ତମ ମହାବଳଶାଳୀ ଓ ପରାକ୍ରମୀ ଆପଣ ଅନନ୍ତଙ୍କ ସହିତ ମୋ ଶୂଳଦ୍ୱାରା ନିର୍ମିତ ଏହି ତୀର୍ଥରେ ମୂର୍ତ୍ତୀଦ୍ୱୟ ରୂପେ ପାଳନ କର୍ତ୍ତା ହୁଅନ୍ତୁ । ଏହି ହ୍ରଦର ପୂର୍ବ ଦିଗରେ ଅବସ୍ଥାନ କରନ୍ତୁ । ସେହି ଦିନଠାରୁ ପ୍ରଭୁ ଅନନ୍ତ ବାସୁଦେବ ଏଠି ରକ୍ଷାକର୍ତ୍ତା ଭାବେ ରହି ଆସିଛନ୍ତି ।