ଇସ୍ରାଏଲକୁ ଏକା ସଙ୍ଗେ ସମର୍ଥନ ଘୋଷଣା କଲେ ୫ ରାଷ୍ଟ୍ର

ଇସ୍ରାଏଲକୁ ଏକା ସଙ୍ଗେ ସମର୍ଥନ ଘୋଷଣା କଲେ ୫ ରାଷ୍ଟ୍ର

ହାଇଦ୍ରାବାଦ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ଘମାସନ ଲଢେଇ । ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣକୁ ବିଭିନ୍ନ ଦେଶର ନେତା ତୀବ୍ର ନିନ୍ଦା କରିଛନ୍ତି । ହମାସ୍‌ର ଆତଙ୍କୀ କାର୍ୟ୍ୟକୁ ନିନ୍ଦା କରି ଇସ୍ରାଏଲକୁ ଏକା ସାଙ୍ଗରେ ସମର୍ଥନ ଘୋଷଣା କରିଛନ୍ତି ୫ ରାଷ୍ଟ୍ର । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜର୍ମାନୀ ଚାନସେଲର ଓ ଇଟାଲିର ପ୍ରଧାନମନ୍ତ୍ରୀ ମେଲୋନି ମିଳିତ ଘୋଷଣାନାମା କରିଛନ୍ତି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ବିଶ୍ବର ଏହି ପାଞ୍ଚ ନେତା ଇସ୍ରାଏଲ ଉପରେ ହମାସ୍‌ର ଆତଙ୍କୀଙ୍କ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି । ହମାସ୍‌ର ଆତଙ୍କବାଦୀ କାର୍ୟ୍ୟକଳାପର କୌଣସି ଯଥାର୍ଥ ନାହିଁ କି କୌଣସି ବୈଧତା ନାହିଁ । ତେଣୁ ପୁରା ବିଶ୍ବ ଏହାକୁ ନିନ୍ଦା କରିବା ଆବଶ୍ୟକ। ଆତଙ୍କବାଦୀଙ୍କ କୌଣସି ଯଥାର୍ଥ ନାହିଁ । ବିଗତ ଦିନରେ ପୁରା ବିଶ୍ବ ହମାସ୍‌ ଆତଙ୍କବାଦୀମାନଙ୍କ ଭୟାବହ ରୂପ ଦେଖିଛି । ଗାଜା ସୀମା ନିକଟବର୍ତ୍ତୀ ସ୍ଥାନରେ ଚାଲିଥିବା ଏକ ସାଂସ୍କୃତିକ କାର୍ୟ୍ୟକ୍ରମରେ ଅତର୍କିତ ଆକ୍ରମଣ କରି ନରସଂହାର କରିଥିଲା ହମାସ ଆତଙ୍କବାଦୀ ଗୋଷ୍ଠୀ ।