୧ ନଂ ହାଟ ଆଜି ଖୋଲିବ

୧ ନଂ ହାଟ ଆଜି ଖୋଲିବ

ଭୁବନେଶ୍ବର: ପାର୍କିଂ ବ୍ୟବସ୍ଥାକୁ ‌ନେଇ ତିନିଦିନ ଧରି ବନ୍ଦ ରହିଥିବା ୟୁନିଟ୍‌-୧ ହାଟ ମଙ୍ଗଳବାର ଖୋଲିବାକୁ ଯାଉଛି। ଆଜି ଏଠାରେ ଥିବା ୯ଟି ସଂଘର କର୍ମକର୍ତ୍ତା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ରାତିରେ ଆଲୋଚନା କରିବା ପରେ ବିଧାୟକ ହସ୍ତକ୍ଷେପ କରିଛନ୍ତି। ବିଏମ୍‌ସି ଅଧିକାରୀଙ୍କ ସହ ଆଲୋଚନା ପରେ ପାର୍କିଂ ପାଇଁ ୧୦ ଫୁଟ୍‌ର ଜାଗା ଦେବା ପାଇଁ ସ୍ଥିର ହୋଇଛି। ଭେଣ୍ଡିଂ ଜୋନ୍‌ ବ୍ୟବସାୟୀମାନେ ମାଡ଼ି ବସିଥିବା ଅଞ୍ଚଳ ଉଚ୍ଛେଦ ହେବାକୁ ସ୍ଥିର ହୋଇଛି। 

ମଙ୍ଗଳବାର ପୂର୍ବାହ୍ନରେ ବିଏମ୍‌ସି ଅଧିକାରୀ ଘଟଣାସ୍ଥଳକୁ ଆସି ଏହା ନିଶ୍ଚିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କଞ୍ଚା ପରିବା ମହାସଂଘ ସମ୍ପାଦକ କବିରାଜ ସ୍ବାଇଁ ସୂଚନା ଦେଇଛନ୍ତି। ଭେଣ୍ଡିଂ ଜୋନ୍‌ ବ୍ୟବସାୟୀ ଧାର୍ଯ୍ୟ ଜାଗାରୁ ଅଧିକ ମାଡ଼ି ବସୁଥିବାରୁ ହାଟକୁ ଯିବା ଆସିବାରେ ସମସ୍ୟା ହେଉଥିଲା। ପାର୍କିଂ ବ୍ୟବସ୍ଥା ନ ଥିବାରୁ ହାଟକୁ ଆସୁଥିବା‌ ଗ୍ରାହକ ସମସ୍ୟାରେ ପଡ଼ୁଥିଲେ। ଦୀର୍ଘ ଦିନ ଧରି ଏଭଳି ଚାଲିବା ପରେ ଗତ ୨୯ ତାରିଖ ରାତିରେ ଭେଣ୍ଡିଂ ଜୋନ୍‌ ବ୍ୟବସାୟୀ ଓ ହାଟ ବ୍ୟବସାୟୀ ମୁହାଁମୁହିଁ ହୋଇଥିଲେ। ମାମଲା ଥାନାରେ ପହଞ୍ଚିଥିଲା। ହାଟ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଧାରଣା ଦେଇଥିଲେ।