ପୋଲିଂ କର୍ମଚାରୀ ନବକିଶୋରଙ୍କ ମୃତ୍ୟୁ

ପୋଲିଂ କର୍ମଚାରୀ ନବକିଶୋରଙ୍କ ମୃତ୍ୟୁ

ପୋଲିଂ କର୍ମଚାରୀ ନବକିଶୋରଙ୍କ  ମୃତ୍ୟୁ
ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନ ମଣ୍ଡଳିରେ ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ପୋଲିଂ ଅଫିସର ନବକିଶୋର ନାୟକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନ ମଣ୍ଡଳି କଣ୍ଟାପାଳ ୪୧ନଂ ବୁଥରେ କାର୍ଯ୍ୟରତ ବୁଥ୍ ରେ ପୋଲିଂ ଚାଲିଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।