୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

 ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତା  ୨୪ ଘଣ୍ଟାରେ ବର୍ଷା ।  ମୌସୁମୀ ବର୍ଷାରେ ଭିଜିବ ୧୪ ଜିଲା । ସେଥିପାଇଁ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, କଟକ, ଢେ଼ଙ୍କାନାଳ, ମୟୂରଭଞ୍ଜ , ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ଯାଜପୁର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରୀ  କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିସହ ଘଡଘଡି ସହ ବର୍ଷା ମଧ୍ୟ କେତେକ ସ୍ଥାନରେ  ହେବାର  ସମ୍ଭାବନା ଅଛି ।   

ସେପଟେ ପାଣିପାଗ ବିଶେଷଜ୍ଞଙ୍କ ସୂଚନା  ଅନୁଯାୟୀ  ମୌସୁମୀ ଦୁର୍ବଳ ଥିବାରୁ ଭଲ ବର୍ଷା ହୋଇନି । ଆସନ୍ତା ୨୪  ଓ ୨୫ ରେ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହା ନିଅଣ୍ଟିଆ ବର୍ଷାକୁ ପୂରଣ  କରିବାରେ ସହାୟକ ହେବ ।