ଥାନାରେ ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷ

ଥାନାରେ ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷ

ଥାନାରେ ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷ

ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସେ ଲେଖିଥିବା ସୁଇସାଇଡ୍‌ ନୋଟ୍‌ରେ ତାଙ୍କ ମୃତ୍ୟୁ ପାଇଁ ସେ କାହାକୁ ଦାୟୀ କରିନଥିଲେ । ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା । ଏହା ସହିତ ସେ ୩ ମାସର ଗର୍ଭବତୀ ଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିଲା । ତେବେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତାହା ଜାଣିବା ପାଇଁ ନୟାପଲ୍ଲୀ ଥାନା ପୋଲିସ୍‌ ତାଙ୍କ ପୁରୁଷ ବନ୍ଧୁ  ଜ୍ୟୋତିରଂଜନ ନାଥ ଓରଫ ରାଜାଙ୍କୁ ଜେରା କରିଥିଲା ।  ସନ୍ତୋଷ ପାତ୍ରକୁ ଆସନ୍ତା ୪୮ଘଣଣ୍ଟା ମଧ୍ୟରେ ଥାନାରେ ପହଞ୍ଚିବାକୁ ନୟାପଲ୍ଲୀ ଥାନା ପୋଲିସ୍‌ ନୋଟିସ୍‌ କରିଥିଲା । ଯଦି ସେ ଏହି ସମୟ ମଧ୍ୟରେ ଥାନାରେ ନପହଞ୍ଚନ୍ତି, ତେବେ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍‌ କହିଥିଲା । 

ତେବେ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ଥାନରେ ପହଞ୍ଚିଛନ୍ତି ।  ସକାଳୁ ନୟାପଲ୍ଲୀ ଥାନାରେ ସନ୍ତେଷ ପାତ୍ର ହାଜର ହୋଇଛନ୍ତି । ଏସିପିଙ୍କ ଉପସ୍ଥିତିରେ ସନ୍ତୋଙ୍କୁ ପଚରାଉଚରା କରାଯାଉଛି ।