ରାଜ୍ୟରେ ଆଜି ୩୯୪ ନୂଆ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି ୩୯୪ ନୂଆ କରୋନା ପଜିଟିଭ ଚିହ୍ନଟ

 ରାଜ୍ୟରେ ଆଜି ୩୯୪ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱରେ : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଦିନକରେ ୩୯୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି ୪୩, ନୂଆପଡା ୪୦, ବରଗଡ ୩୪, ସୁନ୍ଦରଗଡ ୩୧, କଟକ ୨୭, ଅନୁଗୁଳ ୨୪, ମୟୂରଭଞ୍ଜ୧୯, ଷ୍ଟେଟପୁଲ ୧୫, ସମ୍ବଲପୁର ୧୪, ପୁରୀ ୧୨, ବଲାଙ୍ଗିର ଜିଲ୍ଲାରୁ ୧୦ ଚିହ୍ନଟ ହୋଇଛନ୍ତି ।