ଭାରତ ହକି ବିଶ୍ୱକପ ଜିତିଲେ ପ୍ରତି ଖେଳାଳୀଙ୍କୁ କୋଟିଏ ଟଙ୍କା ପୁରସ୍କାର : ନବୀନ
ଭାରତ ହକି ବିଶ୍ୱକପ ଜିତିଲେ ପ୍ରତି ଖେଳାଳୀଙ୍କୁ କୋଟିଏ ଟଙ୍କା ପୁରସ୍କାର : ନବୀନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ଭାରତ ହକି ବିଶ୍ବକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ରାଉରକେଲାରେ ଖେଳାଳିଙ୍କୁ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ବିର୍ସାମୁଣ୍ଡା ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଉଦଘାଟନ କରିଛନ୍ତି। ଏହି ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବା ପାଇଁ କ୍ଷମତା ରହିଛି। ଏଥିସହ ଭିନ୍ନକ୍ଷମଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ସେହିପରି ଷ୍ଟାଡିୟମ ଭିଲେଜ ମଧ୍ୟ ଲୋକାର୍ପିତ କରାଯାଇଛି। ଷ୍ଟାଡିୟମ ଭିଲେଜରେ ୨୨୫ କୋଠରୀର ବ୍ୟବସ୍ଥା ରହିଛି।




admin 