ବେଲ୍‌ ଖାରଜ ପରେ ଜେଲ୍‌ରେ ଆର୍ୟ୍ୟନଙ୍କୁ ଭେଟିଲେ ଶାହରୁଖ

ବେଲ୍‌ ଖାରଜ ପରେ ଜେଲ୍‌ରେ ଆର୍ୟ୍ୟନଙ୍କୁ ଭେଟିଲେ ଶାହରୁଖ

 ବେଲ୍‌ ଖାରଜ ପରେ ଜେଲ୍‌ରେ ଆର୍ୟ୍ୟନଙ୍କୁ ଭେଟିଲେ ଶାହରୁଖ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ବୁଧବାର ମୁମ୍ବାଇର ଏକ କୋର୍ଟରେ ଶହାରୁଖଙ୍କ ପୁଅ ଆର୍ୟ୍ୟନଙ୍କ ବେଲ୍‌ ଆବେଦନ ଖାରଜ ହୋଇଯାଇଥିଲା।  ଓକିଲ ଜାମିନ୍ ଆବେଦନ ପାଇଁ ଏବେ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ଆଜି ଜେଲ୍‌ରେ ଆର୍ୟ୍ୟନଙ୍କୁ ଭେଟିଛନ୍ତି ବଲିଉଡ୍ ଷ୍ଟାର ଶାହରୁଖ ଖାଁ। ସକାଳେ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍କୁ ଯାଇ ଆର୍ୟ୍ୟନଙ୍କୁ ଭେଟିଥିଲେ। ପ୍ରାୟ ତିନି ସପ୍ତାହ ହେଲା ଆର୍ୟ୍ୟନ୍ ଜେଲ୍ରେ ଅଛନ୍ତି।  ଜେଲ୍ରେ ପ୍ରାୟ ୧୫ ମିନିଟ୍ ଧରି ପୁଅ ସହିତ କଥା ହୋଇଥିଲେ ଶାହରୁଖ। ଉଭୟେ ଇଣ୍ଟରକମ୍ରେ କଥାବାର୍ତ୍ତା ହୋଇଥିଲେ। ସେତେବେଳେ ସେଠାରେ ଜେଲ୍ କର୍ମଚାରୀ ଉପସ୍ଥିତ ଥିଲେ। ବାହାରକୁ ଆସିବା ପରେ ଶାହରୁଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି କହି ନଥିଲେ। 

ବୁଧବାର ଆର୍ୟ୍ୟନଙ୍କ ବେଲ୍ ଆବେଦନକୁ ଖାରଜ କରି ବିଚାରପତି ଜଷ୍ଟିସ୍ ଭିଭି ପାଟିଲ କହିଥିଲେ ଯେ ତଦନ୍ତରୁ ତାଙ୍କ ବିରୋଧରେ ପ୍ରମାଣ ରହିଛି। ଆର୍ୟ୍ୟନଙ୍କ ପାଖରୁ ଡ୍ରଗ୍ସ ଜବତ କରାଯାଇନାହିଁ। କିନ୍ତୁ ଆର୍ୟ୍ୟନ ଓ ଅରବାଜ ମର୍ଚ୍ଚାଣ୍ଟ ଭଲ ବନ୍ଧୁ। ସେମାନେ ଅକ୍ଟୋବର ୨ ତାରିଖରେ ସାଙ୍ଗ ହୋଇ ଇଣ୍ଟରନ୍ୟାଶନାଲ୍ କ୍ରୁଜ୍ ଟର୍ମିନାଲକୁ ଯାଇଥିଲା। ସେମାନେ ସ୍ୱତଃପ୍ରବୃତ୍ତ ଭାବେ ଦେଇଥିବା ବୟାନରେ ଡ୍ରଗ୍ସ କଥା ଉଲ୍ଲେଖ ରହିଛି। ଏହାର ଅର୍ଥ ଆର୍ୟ୍ୟନ ଏହି ବେଆଇନ ଜିନିଷ ସମ୍ପର୍କରେ ଭଲ ଭାବେ ଅବଗତ ଅଛନ୍ତି।