ବୃଦ୍ଧ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା

ବୃଦ୍ଧ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା

ବୃଦ୍ଧ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ପଞ୍ଚାୟତ ଅଧୀନ ଭଦ୍ରାଟୋଲୀ ବସ୍ତିରେ ଘଟିଯାଇଛି ବୀଭତ୍ସ ହତ୍ୟା ଘଟଣା। ବୁଧବାର ରାତିରେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହାଣି ହତ୍ୟା କରାଯାଇଛି। ବୃଦ୍ଧ ଦମ୍ପତିଙ୍କ ରକ୍ତାକ୍ତ ମୃତଦେହ ଘରେ ପଡ଼ିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏହି ଦମ୍ପତି ଘରେ ଏକା ରହୁଥିବା ବେଳେ ସେମାନଙ୍କ ୩ ପିଲା ବାହାରେ ରୁହନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ କେହି ଦୁର୍ବୃତ୍ତ ଘରେ ପଶି ଉଭୟଙ୍କୁ ହାଣି ଥିବା ଜଣାଯାଇଛି। ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଛି।

ଖବର ପାଇ ରାଏବଗା ପୋଲିଶ ଓ ବୀରମିତ୍ରପୁର ଏସ୍ଡିପିଓ  ଘଟଣାସ୍ଥଳରେ ପହଞ୍ଚି ହତ୍ୟା ଘଟଣାର ତଦନ୍ତ ଜାରି ରଖିଛନ୍ତି ଓ ପାରିପାର୍ଶ୍ୱିକ ସ୍ଥିତିରୁ ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

ଆଜି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିବେ ବୋଲି ଜଣାଯାଇଛି। ଏହାପରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ।  ବାପାମା’ଙ୍କ ମୃତ୍ୟୁ ଖବର ଶୁଣି ସେମାନଙ୍କ ୩ ସନ୍ତାନ ଘରେ ପହଞ୍ଚିଥିବା ବେଳେ କିଏ ଏପରି ହତ୍ୟାକାଣ୍ଡ ଭିଆଇଥିବ ସେମାନେ  ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି।