ବିଶ୍ୱର ତୃତୀୟ ଦେଶ ଭାବେ ଚୀନ ପ୍ରଥମ ମଙ୍ଗଳ ଅଭିଯାନରେ ସଫଳ

ବିଶ୍ୱର ତୃତୀୟ ଦେଶ ଭାବେ ଚୀନ ପ୍ରଥମ ମଙ୍ଗଳ ଅଭିଯାନରେ ସଫଳ

 ବିଶ୍ୱର ତୃତୀୟ ଦେଶ ଭାବେ ଚୀନ ପ୍ରଥମ ମଙ୍ଗଳ ଅଭିଯାନରେ ସଫଳ
ବେଜିଂ(ଚୀନ): ଚୀନ ନିଜର ମହାକାଶ ଅଭିଯାନରେ ଶନିବାର ଆଉ ଏକ ବିରଳ ସଫଳତା ଯୋଡ଼ିଛି । ‘ନିହାଓ ମାର୍ସ’ ନାମକ ନିଜର ମଙ୍ଗଳ ଅଭିଯାନର ଅଂଶସ୍ୱରୂପ ରୋଭ ‘ଝୁରଙ୍ଗ’କୁ ସଫଳତାର ସହ ମଙ୍ଗଳ ଭୂପୃଷ୍ଠରେ ଅବତରଣ କରାଇ ପାରିଛି । ଫଳରେ ଆମେରିକା ଓ ରୁଷିଆ ପରେ ବିଶ୍ୱର ତୃତୀୟ ଦେଶ ଭାବେ ଚୀନ ଏହାର ପ୍ରଥମ ମଙ୍ଗଳ ଅଭିଯାନରେ ଏପରି ସଫଳ ପରିକ୍ରମଣ, ଅବତରଣ ଓ ମହାକାଶ ଯାନକୁ କ୍ରିୟାଶୀଳ କରିବାର ସୌଭାଗ୍ୟ ହାସଲ କରିଛି । ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିବା ମଙ୍ଗଳ ପୃଷ୍ଠର ସ୍ୱତନ୍ତ୍ର ଇଲାକାରେ ହିଁ ‘ଝୁରଙ୍ଗ’ ଅବତରଣ କରିଛି । ମଙ୍ଗଳର ଉଟୋପିଆ ପ୍ଲାନିଟିଆ ନାମକ ଉତ୍ତର ଲାଭା ସମତଳ ଅଞ୍ଚଳରେ ଏହା ଏକ ଆକାଶଛତା ମାଧ୍ୟମରେ ଅବତରଣ କରିବା ପୂର୍ବରୁ ମଙ୍ଗଳ ବାୟୁମଣ୍ଡଳ ସହ ୭ ମିନିଟର ସଂଘର୍ଷ ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେବେ ସବୁ ପ୍ରତିବନ୍ଧକକୁ ଆଡ଼ କରି ଚୀନର ମହାକାଶ ବିଜ୍ଞାନୀମାନେ ନିଜର ପ୍ରଥମ ଉଦ୍ୟମରେ ଏପରି ମଙ୍ଗଳ ବିଜୟ ହାସଲ କରି ଉତ୍ସାହିତ ହୋଇପଡ଼ିଥିବା ବେଳେ ଚୀନ ନିଜର ଦୃଢ଼ ମହାକାଶ ଆକାଂକ୍ଷାକୁ ଚରିତାର୍ଥ କରିପାରିଥିବା କୁହାଯାଉଛି ।