୨ ସପ୍ତାହ ପାଇଁ ଜେଲରୁ ବାହାରିବେ ଦୁଶ୍ୟନ୍ତଙ୍କ ପିତା ଅଜୟ ଚୌତାଲା

୨ ସପ୍ତାହ ପାଇଁ ଜେଲରୁ ବାହାରିବେ ଦୁଶ୍ୟନ୍ତଙ୍କ ପିତା ଅଜୟ ଚୌତାଲା

୨ ସପ୍ତାହ ପାଇଁ ଜେଲରୁ ବାହାରିବେ ଦୁଶ୍ୟନ୍ତଙ୍କ ପିତା ଅଜୟ ଚୌତାଲା
ନୂଆଦିଲ୍ଲୀ : ଜେଜେପି (ଜନନାୟକ ଜନତା ପାର୍ଟି) ନେତା ଦୁଶ୍ୟନ୍ତ ଚୌତାଲାଙ୍କ ବାପା ଅଜୟ ଚୌତାଲାଙ୍କୁ ତିହାର ଜେଲରୁ୨ ସପ୍ତାହ ପାଇଁ ଛୁଟି ମିଳିଛି । ଚୌତାଲା ୨ ସପ୍ତାହ ଛୁଟି ପାଇଁ କରିଥିବା ଆବେଦନକୁ ମଞ୍ଜୁରି ମିଳି ସାରିଛି ବୋଲି ତିହାର ଜେଲ୍ ଡିଜିପି କହିଛନ୍ତି । ଜେଜେପି ଅଧ୍ୟକ୍ଷ ଦୁଶ୍ୟନ୍ତ ଚୌତାଲା ଗତକାଲି ତାଙ୍କ ପିତା ଅଜୟ ଚୌତାଲାଙ୍କୁ ତିହାର ଜେଲ୍ ପରିସରରେ ଭେଟିଥିଲେ । ହରିୟାଣାରେ ବିଜେପି-ଜେଜେପି ମେଣ୍ଟ ସରକାର ଗଠନ ହେବା ସ୍ପଷ୍ଟ ହୋଇଯାଇଥିବା ବେଳେ ଅଜୟ ଚୌତାଲାଙ୍କୁ ଏମିତି ଏକ ସମୟରେ ଛୁଟି ମଞ୍ଜୁର କରାଯିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଉଲ୍ଲେଖଯୋଗ୍ୟ, ଅଜୟ ଚୌତାଲା ଏବଂ ତାଙ୍କ ବାପା ଓମ୍ ପ୍ରକାଶ ଚୌତାଲା ବେଆଇନ ଶିକ୍ଷକ ନିଯୁକ୍ତି ମାମଲାରେ ୨୦୧୩ ଜାନୁଆରି ୧୬ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଉଭୟ ଅଜୟ ଏବଂ ଓମ୍ ପ୍ରକାଶ ଚୌତାଲାଙ୍କ ବିରୋଧରେ ଲାଞ୍ଚ ନେଇଥିବା ଅଭିଯୋଗ ମଧ୍ୟ ରହିଛି । ୧୪ ଦିନର ଛୁଟି ସରିବା ପରେ ଅଜୟ ଚୌତାଲା ଜେଲରେ ଆସି ହାଜର ହେବେ ବୋଲି କୁହାଯାଇଛି ।