ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ଗିରଫ
ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ଗିରଫ
ବଲାଙ୍ଗୀର : କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଜିଲ୍ଲାପାଳଙ୍କ ସହିତ କିଛିଦିନ ତଳେ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ଗତକାଲି ସନ୍ଧ୍ୟାରେ ଆଉ ଏକ ଘଟଣାର ଭିଡିଓ ଭାଇରାଲ ହୋଇଛି । ସେଥିରେ ବିଧାୟକ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜା କଣ୍ଟାବାଞ୍ଜିର ଆଲିସାନ ସିନେମା ହଲ ଭିତରେ କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ ସମୟରେ ନିଜେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏପରିକିତ ତାଙ୍କର ପୁଲିସ୍ ସହିତ ଉଚ୍ଚବାଚ ହେଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡୁଛି ।
ମିଳିଥିବା ସୂଚନା ଅନୁସାରେ, ଦୁଇ ତିନିଦିନ ଆଗରୁ ଆଲିସାନ ହେଟେଲରେ ସେଜି ସିଂହ ସାଲୁଜାଙ୍କ ସହ ପୋଲିସର ହୋଇଥିବା ଉଚ୍ଚବାଚ ଘଟଣାକୁ ନେଇ କୌଣସି ମାମଲା ରୁଜୁ ହୋଇନଥିଲା । ତେବେ ଗତକାଲି ଆଲିସାନ ସିନେମା ହଲ ଭିତରେ ମାଲିକଙ୍କ ପୁଅଙ୍କୁ ଆକ୍ରମଣ ଘଟଣାରେ ପୁଲିସ୍ ପହଞ୍ଚଥିଲା । ଏହି ଘଟଣାରେ ପୁଲିସ୍ ଆଇପିସି ଧାରା ୩୮୪, ୫୦୬, ୩୫୩ ଓ ଆର୍ମ ଆକ୍ଟରେ ଏକ ମାମଲା ରୁଜୁ କରି ସେଜି ସିଂହ ସାଲୁଜାଙ୍କୁ ଗିରଫ କରିଛି । କିନ୍ତୁ ଉଭୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ହେଲେ ବାପାଙ୍କ ପରେ ପୁଅର ଭିଡିଓ ଭାଇରାଲକୁ ନେଇ ଚର୍ଚ୍ଚା ଚାଲିଛି ।




admin 