ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ

ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ

 ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ
ଭୁବନେଶ୍ୱର: କରୋନା କାଳରେ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ବିଜେପି ବିଧାୟକମାନେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ମଧ୍ୟ ଚିଠି ଲେଖିଛନ୍ତିତ । ବିଧାୟକ ପାଣ୍ଠି ନିୟମରେ ସଂଶୋଧନ ପାଇଁ ବିଜେପି ବିଧାୟକମାନେ ଏହି ଚିଠି ଲେଖିଛନ୍ତି । କେବଳ ମାସ୍କ ନୁହେଁ,ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ପାଇଁ ପାଣ୍ଠି ବିନିଯୋଗ କରାଯିବା ପାଇଁ ବିଜେପି ବିଧାୟକମାନେ ଏହି ଚିଠି ଲେଖିଛନ୍ତି । ଏପରିକି ଆଇସୋଲେସନ ରୁମ ଓ ଶିଶୁଙ୍କ କୋଭିଡ କେୟାର ରୁମ ପାଇଁ ବିଧାୟକ ପାଣ୍ଠି ବିନିଯୋଗ କରାଯିବାକୁ ବିଜେପି ବିଧାୟକମାନେ ଦାବି କରିଛନ୍ତି । କେବଳ ସେତକ ନୁହେଁ ଅକ୍ସିଜେନ ସଂଯୁକ୍ତ ବେଡ ଓ ଭେଣ୍ଟିଲେଟରଯୁକ୍ତ ଆମ୍ବୁଲାନ୍ସ ପାଇଁ ମଧ୍ୟ ବିଧାୟକ ପାଣ୍ଠି ବିନିଯୋଗ କରାଯିବାକୁ ବିଜେପି ବିଧାୟକମାନେ ଦାବି କରିଛନ୍ତି । ଏହି ଦାବିକୁ ଅଧିନିୟମରେ ସଂଯୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି ।