ନଭେମ୍ବର ୧୯, ଆଜି ବିଶ୍ୱ ଶୌଚାଳୟ ଦିବସ
ନଭେମ୍ବର ୧୯, ଆଜି ବିଶ୍ୱ ଶୌଚାଳୟ ଦିବସ
ନୂଆଦିଲ୍ଲୀ : ଶୌଚାଳୟ ଆବଶ୍ୟକତା ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦେ୍ଧଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୯ରେ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଇଥାଏ । ଶୌଚାଳୟ କେବଳ ଏକ ଶୌଚାଳୟ ନୁହେଁ, ଏହା ଜୀବନ ରକ୍ଷା କରେ ଏବଂ ସୁଯୋଗ ମଧ୍ୟ ପ୍ରଦାନ କରେ । ବ୍ୟକ୍ତି ଯେଉଁ ବର୍ଗର ହୋଇଥାଉ ଏବଂ ଯେଉଁ ସ୍ଥାନରେ ଥାଉ ନା କାହିଁକି, ସ୍ୱଚ୍ଛତା ତା’ର ମାନବିକ ଅଧିକାର । ତଥାପି ବିଶ୍ୱରେ ୪୨୦କୋଟି ଲୋକ ଆଜିବି ସ୍ୱଚ୍ଛ ପରିବେଶ ପାଇବାରୁ ହେଉଛନ୍ତି ।
ସ୍ୱଚ୍ଛତା ବିନା ଦାରିଦ୍ର୍ୟ ମୁକ୍ତି ମିଳିବା କଦାପି ସମ୍ବବ ନୁହେଁ । ତେଣୁ ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ନିରାପଦ ଓ ସ୍ୱଚ୍ଛ ଶୌଚାଳୟ ପହଞ୍ଚାଇବା ଏହି ଦିବସର ଉଦେ୍ଧଶ୍ୟ। ୨୦୩୦ ସୁଦ୍ଧା କିପରି ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ୍ ସ୍ଥାନରେ ଶୌଚାଳୟ ବ୍ୟବହାର କରିବେ, ସେଥିପାଇଁ ୨୦୧୫ରେ ନିରନ୍ତର ବିକାଶ ଲକ୍ଷ୍ୟ ଆରମ୍ଭ ହୋଇଥିଲା ।




admin 