ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

 ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ଅନୁଗୁଳ: ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଅଭାବନୀୟ ଘଟଣା କର୍ଣ୍ଣପୁର ପଂଚାୟତ ସାନଜୋରଡା ଗାଁରେ ଘଟିଯାଇଛି । ମୃତ ଦମ୍ପତି ହେଲେ ଦୁଃଖବନ୍ଧୁ ସାହୁ ଓ ପାଂଚାଳୀ ସାହୁ । ସକାଳୁ ଘରଲୋକ ଉଭୟଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ସର୍ଟ ସର୍କିଟରୁ ଫ୍ୟାନ ପୋଡିଯାଇ ଧୂଆଁରେ ଶ୍ୱାସରୁଦ୍ଧ ଯୋଗୁଁ ଦୁହିଁଙ୍କ ମୃତୁ୍ୟ ହୋଇଛି ବୋଲି ଆଶଙ୍କା କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।