କ୍ୱାରେଂଟାଇନ କେନ୍ଦ୍ରରୁ ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ

କ୍ୱାରେଂଟାଇନ କେନ୍ଦ୍ରରୁ ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ

 କ୍ୱାରେଂଟାଇନ କେନ୍ଦ୍ରରୁ ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ
ବଲାଙ୍ଗୀର : କିଛି ଦିନ ହେଲାଣି ପଶ୍ଚିମ ଓଡ଼ିଶାରେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ଏକ ଭିଡିଓରେ ଏକ ପ୍ରେମୀ ଯୁଗଳଙ୍କୁ ଜବରଦସ୍ତି ଟାଣି ଟାଣି ଅଲଗା କରାଯାଉଥିବା ଏବଂ ଉଭୟେ କେହି କାହାକୁ ଛାଡ଼ୁ ନଥିବା ଦୃଶ୍ୟ ଅନେକଙ୍କୁ ବିଚଳିତ କରିଥିଲା । ଏହି ଭିଡିଓଟି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ଏକ ସଙ୍ଗରୋଧ କେନ୍ଦ୍ରର ବୋଲି ଏବେ ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଦୁଇ ମାସ ତଳେ ଲୋଇସିଂହାର ଜଣେ ନାବାଳିକାକୁ ଜଣେ ଯୁବକ ସାଙ୍ଗରେ ନେଇ ଫେରାର ହୋଇଯାଇଥିଲେ । ଦୁଇ ମାସ ବାହାରେ ରହିବା ପରେ କରୋନା ଲକଡାଉନ ଯୋଗୁଁ ସେମାନେ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଝିଅର ପରିବାର ଲୋକ ଖବର ପାଇ କିଛି ଲୋକଙ୍କୁ ଧରି ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚି ଝିଅକୁ ଘରକୁ ନେବାକୁ ଉଦ୍ୟମ କରିଥିଲେ । ମାତ୍ର ପ୍ରେମୀ ଯୁଗଳ କୌଣସି ସୁଯୋଗ ଦେଇନଥିଲେ । ଫଳରେ ପରିବାର ଲୋକଙ୍କୁ ନାକେଦମ ହେବାକୁ ପଡ଼ିଥିଲା । ଶେଷରେ ପୁଲିସ ଓ ସ୍ଥାନୀୟ ପ୍ରତିନିଧିଙ୍କ ସହଯୋଗରେ ପରିବାର ଲୋକ ଝିଅକୁ ନେବାରେ ସଫଳ ହୋଇଥିଲେ । ଅନ୍ୟ ପକ୍ଷରେ ଏହି ଭିଡିଓ କିଏ ସୁଟିଂ କଲା ଓ କେମିତି ଏହା ଭାଇରାଲ ହେଲା ସେ ନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ତଦନ୍ତ ଆରମ୍ଭ କରିଛି । ସେହିଭଳି, ସଙ୍ଗରୋଧ କେନ୍ଦ୍ରକୁ ପରିବାର ଲୋକେ କେମିତି ଗଲେ ଏବଂ କେମିତି ଜବରଦସ୍ତି ଝିଅକୁ ନେଇଗଲେ ବୋଲି ପ୍ରଶ୍ନ ଉଠିଛି ।