ସୁଟିଂ ବେଳେ ଆଲିଙ୍ଗନ ଓ ଚୁମ୍ବନ ମନା
ସୁଟିଂ ବେଳେ ଆଲିଙ୍ଗନ ଓ ଚୁମ୍ବନ ମନା
admin
Jul 14, 2020 - 06:16
Updated: Jul 14, 2020 - 06:16
ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ସୁଟିଂ ପାଇଁ ଜାରି ହୋଇଛି ଗାଇଡଲାଇନ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫଡିସି)କୁ ଚିଠି ହୋଇଛି । ସୁଟିଂ ବେଳେ କେଉଁ ଗାଇଡଲାଇନ ଅବଲମ୍ବନ କରିବେ ସେ ନେଇ ଓଏଫଡିସି ପକ୍ଷରୁ ଏସଓପି ପ୍ରସ୍ତୁତ କରି ଦିଆଯାଇଥିବା ବେଳେ ଏହାକୁ ଅନୁମୋଦନ ମିଳିଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୭ ତାରିଖରେ ଏକ ଚିଠି କରାଯାଇଛି । ଓଏସଡି ତଥା ଯୁଗ୍ମ ରିଲିଫ କମିଶନର ପ୍ରଭାତ ରଞ୍ଜତ ମହାପାତ୍ର ଓଏଫଡିସି ଏମଡିଙ୍କୁ ଚିଠି ଲେଖିଛନ୍ତି । କୋଭିଡ-୧୯ ନିୟମ ମାନି ଜାରି ହୋଇଥିବା ଏସଓପି ଅନୁଯାୟୀ କିପରି ଇନଡୋର ଏବଂ ଆଉଟଡୋର ଫିଲ୍ମ ଓ ଧାରାବାହିକ ସୁଟିଂ ହେବ ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ନିୟମ ମୁତାବକ, ୩୦ ପ୍ରତିଶତ ସଦସ୍ୟଙ୍କୁ ନେଇ କାମ କରାଇବେ । ସୁଟିଂକୁ ଯିବା ସମୟରେ ସମସ୍ତେ ପରିଚୟ ପତ୍ର ସାଙ୍ଗରେ ରଖିବେ । ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବେ । ବ୍ୟବହୃତ ଉପକରଣକୁ ଜଣେ ହିଁ ବ୍ୟବହାର କରିବା ବ୍ୟବସ୍ଥା କରିବେ । କି୍ରଉ ସଦସ୍ୟମାନେ ୬ ଫୁଟର ଦୂରତା ବଜାୟ ରଖିବେ । ସମସ୍ତେ ମାସ୍କ ପରିଧାନ କରିବା ସହ ଆବଶ୍ୟକ ସ୍ଥଳେ ଗ୍ଲୋବ୍ସ ପିନ୍ଧିବେ । ଅନଲାଇନରେ ଅଡିସନ କରିବେ । ସୁଟିଂ ସ୍ଥଳକୁ ସାନିଟାଇ ଜରାଯିବ । ସ୍କି୍ରପ୍ଟ ବ୍ୟବହାର ପରେ ତାକୁ ନଷ୍ଟି କରିଦେବେ । ମେକଅପ ଘରୁ ହୋଇ ଆସିବେ । ନଚେତ ଜଣଙ୍କ ପାଇଁ ଗୋଟିଏ ଲେଖାଏଁ ବ୍ରସ ବ୍ୟବହାର ହେବ । ପ୍ରଯୋଜନା ସଂସ୍ଥା ତା’ର କର୍ମଚାରୀ ଓ କଳାକାରମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବ । କର୍ମଚାରୀଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରିବ । ହାତକୁ ମିଳାଇବା, ଆଲିଙ୍ଗନ କରିବା, ଚୁମ୍ବନ ଦେବାରାୁ ବିରତ ରହିବେ । ଇନଡୋର ସୁଟିଂ ବେଳେ ଝରକା, କବାଟ ଖୋଲା ରଖିବେ । କର୍ମଚାରୀମାନେ ନିଜ ଖାଦ୍ୟ ନିଜେ ଆଣିବା ନେଇ କୁହାଯାଇଛି ।