ଜୁଲାଇ ୩୧ ଯାଏଁ ଲକଡାଉନ

ଜୁଲାଇ ୩୧ ଯାଏଁ ଲକଡାଉନ

ଜୁଲାଇ ୩୧ ଯାଏଁ ଲକଡାଉନ
ଭୁବନେଶ୍ୱର : ଜୁଲାଇ ୩୧ ପର୍ଯ୍ୟନ୍ତ ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମ ଲକଡାଉନ ରହିବ । ଆସନ୍ତାକାଲି ସଂଧ୍ୟା ୯ରୁ ଲକଡାଉନ ଆରମ୍ଭ ହେବ । ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ଓ ରାଉରକେଲା ମହାନଗର ନିଗମରେ ଲକଡାଉନ ହେବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । କେଉଁ କେଉଁ କାର୍ଯ୍ୟାଳୟ କେତେ କର୍ମଚାରୀରେ ଚାଲୁ ରହିବ ସେନେଇ ମଧ୍ୟ ମୁଖ୍ୟସଚିବ ସୂଚନା ଦେଇଛନ୍ତି । ସାମଗ୍ରୀ ବହନ କରୁଥିବା ସବୁ ଗାଡ଼ି ଚଳାଚଳ କରିବ । ସେହିପରି ବିମାନବନ୍ଦର, ରେଲୱେ ଷ୍ଟେସନରେ ହିଁ ବେସରକାରୀ ଗାଡ଼ି ଲୋକଙ୍କୁ ନେବା ଆଣିବା କରିପାରିବେ । ସକାଳ ୬ଟାରୁ ୧ଟା ପର୍ଯ୍ୟନ୍ତ ଗ୍ରସରୀ ଓ ପରିବା ଦୋକାନ ଖୋଲା ରହିବ । ପନିପରିବା ଦୋକାନକୁ ବଜାରରୁ ସ୍ଥାନାନ୍ତରିତ କରି ଖୋଲା ଯାଗାରେ କିଣାବିକାର ବ୍ୟବସ୍ଥା କରିବେ । ହୋମ ଡେଲିଭରି ଜରିଆରେ ଖାଦ୍ୟ, ପରିବା ଓ ଆମିଷ ଦ୍ରବ୍ୟ ଯୋଗାଣ କରାଯାଇପାରିବ । ଗଣମାଧ୍ୟମ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟସ୍ଥଳୀକୁ ଯାଇପାରିବେ । ବିବାହ ଓ ଶବଦାହ ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ କରାଯାଇପାରିବ । ଡରରେ କିଣାକିଣି କରି ଭିଡ଼ କରିବାର ଆବଶ୍ୟକତା ନାହିଁ