ଆଜି ବର୍ଷର ଶେଷ କ୍ୟାବିନେଟ ବୈଠକ

ଆଜି ବର୍ଷର ଶେଷ କ୍ୟାବିନେଟ ବୈଠକ

 ଆଜି ବର୍ଷର ଶେଷ କ୍ୟାବିନେଟ ବୈଠକ
ଭୁବନେଶ୍ୱର: ୨୦୨୦ ବର୍ଷରେ ରାଜ୍ୟ କ୍ୟାବିନେଟର ଶେଷ ବୈଠକ ବସିବ ଆଜି । ସନ୍ଧ୍ୟା ୫ଟା ୩୦ ରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଭର୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ବର୍ଷର ଶେଷ କ୍ୟାବିନେଟ ହୋଇଥିବାରୁ କିଛି ବଡ଼ ଘୋଷଣା କରିପାରନ୍ତି ସରକାର । ନିକଟରେ ହୋଇଥିବା ବିଜେଡି ରାଜ୍ୟ ପରିଷଦ, ଯୁବ ବିଜେଡି କାର୍ଯ୍ୟକାରିଣୀ ଓ ଛାତ୍ର ବିଜେଡି କାର୍ଯ୍ୟକାରିଣୀ ବୈଠକରେ ପାରିତ କେତେକ ପ୍ରସ୍ତାବକୁ ଆଜିର କ୍ୟାବିନେଟରେ ବାସ୍ତବ ରୂପ ଦିଆଯିବା ସମ୍ଭାବନା ରହିଛି । ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିଶନ ପାଇଁ ସଂରକ୍ଷଣ ମିଳିପାରେ । ଏହା ସହ ଓଡିଶାର ବରପୁତ୍ରମାନଙ୍କ ଜନ୍ମ ଓ ଶ୍ରାଦ୍ଧ ଦିବସକୁ ସରକାରୀ ସ୍ତରରେ ମହାସମାରୋହରେ ପାଳନ ପ୍ରସ୍ତାବରେ ବାଜିପାରେ କ୍ୟାବିନେଟ୍ ମୋହର ।