ପତ୍ନୀଙ୍କୁ ଫାର୍ସାରେ ହାଣି ହତ୍ୟା କଲା ସ୍ୱାମୀ

ପତ୍ନୀଙ୍କୁ ଫାର୍ସାରେ ହାଣି ହତ୍ୟା କଲା ସ୍ୱାମୀ

ପତ୍ନୀଙ୍କୁ ଫାର୍ସାରେ ହାଣି ହତ୍ୟା କଲା ସ୍ୱାମୀ
ରାଉରକେଲା : ଘରୋଇ କଳିରୁ ନିଜ ପତ୍ନୀଙ୍କୁ ଫାର୍ସାରେ ହାଣି ହତ୍ୟା କରିଛି ସ୍ୱାମୀ । ମୃତକ ହେଲେ ରାଉରକେଲା ସହର ଅନ୍ତର୍ଗତ ବେଦବ୍ୟାସ ଫାର୍ସାଟୋଲାର ସାବିତ୍ରୀ ସାହୁ (୩୮) । ବ୍ରାହ୍ମଣୀ ତରଙ୍ଗ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଛି । ହତ୍ୟାକାରୀ ସ୍ୱାମୀ ରାମଧନ ସାହୁଙ୍କୁ ଥାନାରେ ଅଟକ ରଖାଯାଇଛି । ରକ୍ତଭିଜା ଫାର୍ସା ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଟ୍ରକ ଡ୍ରାଇଭର ରାମଧନ ଓ ପତ୍ନୀ ସାବି୍ରୀ ନିଜ ପରିବାର ସହିତ କିଛି ମାସ ହେବ ନୂଆଗାଁରୁ ଆସି ବେଦବ୍ୟାସ ଫାର୍ସାଟୋଲରେ ଏକ ଘର ଭଡା ନେଇ ରହୁଥିଲେ । ପ୍ରତି ଦିନ ପରି ସକାଳୁ ରାମଧନ ଗାଡ଼ି ଚଳାଇବାକୁ ଘରୁ ବାହାରି ଯାଇଥିଲା । ତା ପରେ ଘରର କୌଣସି କଥାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରାମଧନ ଘରେ ଥିବା ଏକ ଫାର୍ସା ଆଣି ପତ୍ନୀ ସାବିତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ସାବିତ୍ରୀଙ୍କର ମୃତୁ୍ୟ ହୋଇଥିଲା । ଘର ଆଗରେ ସାବିତ୍ରୀଙ୍କର ରକ୍ତ ଜୁଡୁବୁଡ଼ୁ ଶବ ପଡ଼ିଥିବା ଦେଖି ପଡୋଶୀମାନେ ବ୍ରାହ୍ମଣୀତରଙ୍ଗ ଥାନାକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ଶବ ଜବତ କରିଥିଲା ।