ସିନିୟର ମେମ୍ବର ଭାବେ ମୁଁ ମର୍ମାହତ ଗଭୀର : ସୁରେଶ ରାଉତରାୟ
ସିନିୟର ମେମ୍ବର ଭାବେ ମୁଁ ମର୍ମାହତ ଗଭୀର : ସୁରେଶ ରାଉତରାୟ
admin
Mar 18, 2021 - 06:00
Updated: Mar 18, 2021 - 06:00
ଭୁବନେଶ୍ୱର: ଗୃହ ଅଚଳ ନେଇ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଗୃହ ଅଚଳ ପାଇଁ ସମସ୍ତଙ୍କୁ ସେ ଦାୟୀ କରିଛନ୍ତି । ଖାଲି ପବ୍ଲିସିଟି ପାଇଁ କରୁଛନ୍ତି, ସିନିୟର ମେମ୍ବର ଭାବେ ମୁଁ ମର୍ମାହତ । ସୁବାସ କାହିଁକି ଭୁଲ ମାଗିବେ । ଚାଷୀଙ୍କ ଦୁଃଖ କହିଛନ୍ତି ସେ । ସୁବାସ ଯଦି ଖରାପ ପରମ୍ପରା ସୃଷ୍ଟି କଲେ , ବିଜେଡି ବି କରୁଛି । ମୁଖ୍ୟମନ୍ତ୍ରୀ ତୁରନ୍ତ ସବୁ ଦଳ ସହ ଆଲୋଚନା କରନ୍ତୁ ବୋଲି ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।
ଆଜି ବି ଚାଲି ପାରିଲାନି ଗୃହ। ଧାନ କିଣା ପ୍ରସଙ୍ଗରେ ଆଲୋଚନା ହେଉ। ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବାକୁ ସରକାର ପ୍ରତିଶ୍ରୁତି ଦିଅନ୍ତୁ। ତା' ପରେ ବିଧାନସଭା ଚାଲିବ। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ।
ନଚେତ୍ବିଧାନସଭା ଚଳାଇ ଦିଆଯିବ ନାହିଁ। ଏମିତି ଜିଦରେ ଅଡ଼ି ବସିଛନ୍ତି ବିରୋଧୀ ଓ ଶାସକ। ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଲଗାତାର ୬ ଦିନ ପାଇଁ ଗୃହରେ ସମାନ ସ୍ଥିତି । ବିଧାନସଭାରେ ଉଭୟ ଶାସକ-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।