ଶିବସେନାର ୪୫ ବିଧାୟକ ଆମ ସହ ସମ୍ପର୍କରେ ଅଛନ୍ତି : ସଂଜୟ କାକଡେ

ଶିବସେନାର ୪୫ ବିଧାୟକ ଆମ ସହ ସମ୍ପର୍କରେ ଅଛନ୍ତି : ସଂଜୟ କାକଡେ

 ଶିବସେନାର ୪୫ ବିଧାୟକ ଆମ ସହ ସମ୍ପର୍କରେ ଅଛନ୍ତି : ସଂଜୟ କାକଡେ
ମୁମ୍ବାଇ: ମହାରାଷ୍ଟ୍ର କ୍ଷମତା ସଂଘର୍ଷ ଜୋରଦାର ହେବାରେ ଲାଗିଛି । ଶିବସେନା ୫୦-୫୦ ଫର୍ମୁଲା କାର୍ଯ୍ୟକାରୀ କରାଯିବା ଦାବିରେ କାଏଏ ରହିଛି । ଏଭଳି ଏକ ପରିସ୍ଥିତିରେ ବିଜେପି ସାଂସଦ ସଂଜୟ କାକଡେ ଆଜି କହିଛନ୍ତି ଯେ ମହାରାଷ୍ଟ୍ରର ପ୍ରାୟ ୪୫ ଜଣ ନବ ନିର୍ବାଚିତ ଶିବସେନା ବିଧାୟକ ସରକାର ଗଠନ ପାଇଁ ବିଜେପି ସହ ହାତ ମିଳେଇବାକୁ ଇଚ୍ଛୁକ ଅଛନ୍ତି । ବିଜେପିର ଏହି ରାଜ୍ୟସଭା ସାଂସଦ ଆଜି ଏକ ଟିଭି ଚ୍ୟାନେଲରେ ଏଭଳି ଦୃଢେ଼ାକ୍ତି ବାଢ଼ିଛନ୍ତି । ତେବେ ବିଜେପି ସାଂସଦଙ୍କ ଏଭଳି ଦାବି ଏବେ ଶିବସେନାର ବିଶ୍ୱାସକୁ ଦୋହଲାଇ ଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି । ନିକଟରେ ସରିଥିବା ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଏବଂ ଶିବସେନା ଯଥାକ୍ରମେ ୧୦୫ ଓ ୫୬ ଆସନରେ ବିଜୟୀ ହୋଇଥିବା ବେଳେ କ୍ଷମତା ପାଇଁ ଏବେ ଉଭୟ ଦଳ ମଧ୍ୟରେ ଲଢେ଼ଇ ଜୋରଦାର ହୋଇଛି ।