ମମତା ଦିଦି ମୌଳିକ ଆଧାରକୁ ହତ୍ୟା କରିଛନ୍ତି : ପ୍ରତାପ ଷଡ଼ଙ୍ଗୀ

ମମତା ଦିଦି ମୌଳିକ ଆଧାରକୁ ହତ୍ୟା କରିଛନ୍ତି : ପ୍ରତାପ ଷଡ଼ଙ୍ଗୀ

 ମମତା ଦିଦି ମୌଳିକ ଆଧାରକୁ ହତ୍ୟା କରିଛନ୍ତି : ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର: ମମତା ଦିଦି ମୌଳିକ ଆଧାରକୁ ହତ୍ୟା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ହିଂସା ବା ଆକ୍ରମଣ ପରିପ୍ରେକ୍ଷୀରେ ଶ୍ରୀ ଷଡ଼ଙ୍ଗୀ ଏଭଳି କହିଛନ୍ତି । ପଶ୍ଚିମବଙ୍ଗରେ ହିଂସାକୁ ଦୃଢ ନିନ୍ଦା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଘୋଷଣା ପରେ ପଶ୍ଚିମବଙ୍ଗରେ ହିଂସା ବଢିଛି । ବିଜେପି କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ପରିବାରବର୍ଗଙ୍କୁ ଆକ୍ରମଣ କରାଯାଇଛି । ମମତା ଦିଦି ମୌଳିକ ଆଧାରକୁ ହତ୍ୟା କରିଛନ୍ତି । ଦେଶର କୌଣସି ସ୍ଥାନରେ ମଧ୍ୟ ଏଭଳି ହିଂସା ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ହିଂସା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଉପବାସ ପ୍ରତିବାଦ କରାଯାଉଛି । ପ୍ରକାଶ ଯେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋ ସାରିଥିଲେ ହେଁ ହିଂସା ଥମିବାର ନାଁ ଧରୁନି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୯ ଜଣଙ୍କ ମୃତୁ୍ୟ ହୋଇଛି । ହିଂସାକାଣ୍ଡ ପାଇଁ ତୃଣମୂଳ ବିରୋଧରେ ଅଧିକ ଅଭିଯୋଗ ହୋଇଛି । ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ରବିବାର ସନ୍ଧ୍ୟାରେ ନିର୍ବାଚନ ପରିବର୍ତୀ ହିଂସାକୁ ନେଇ ରାଜ୍ୟପାଳଙ୍କୁ ସୂଚନା ଦେଇଥିଲେ । ହିଂସା, ପୋଡ଼ାଜଳାକୁ ନେଇ ରାଜ୍ୟପାଳ ଡିଜିପିଙ୍କୁ ସମନ ଜାରି କରିଥିଲେ । ଭୋଟଗଣତି ଆରମ୍ଭରୁ ଏଯାଏଁ ହୋଇଥିବା ହିଂସାକାଣ୍ଡରେ ଦକ୍ଷିଣ ୨୪ ପ୍ରଗଣା, ନଦିଆ ଏବଂ କୋଲକାତାରେ ବିଜେପି କାର୍ୟ୍ୟକର୍ତା, ବଦ୍ଧମାନରେ ତୃଣମୂଳ ଏବଂ ଉତ୍ତର ୨୪ ପ୍ରଗଣାରେ ଆଇଏସଏଫ କାର୍ୟ୍ୟକର୍ତାଙ୍କ ମୃତୁ୍ୟ ହୋଇଛି । ନନ୍ଦିଗ୍ରାମରେ ସକାଳେ ତୃଣମୂଳ ସମର୍ଥକମାନେ ବିଜେପି କାର୍ୟ୍ୟାଳୟରେ ନିଆଁ ଲଗାଇବା ସହ ଏକାଧିକ ଦୋକାନ ଏବଂ କେତେକ ବିଜେପି ସମର୍ଥକଙ୍କ ଘର ଭଙ୍ଗାରୁଜା କରିଛନ୍ତି । ତେବେ ରାଜ୍ୟରେ ଶାବ୍ଦିରକ୍ଷା ପାଇଁ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।