ବେଙ୍ଗାଲୁରୁରେ ନିବେଶକଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁରେ ନିବେଶକଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ

 ବେଙ୍ଗାଲୁରୁରେ ନିବେଶକଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର: ରାଜ୍ୟକୁ ନିବେଶ ଟାଣିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେଉଛି ରାଜ୍ୟର ସର୍ବବୃହତ୍‌ ଶିଳ୍ପ ମହାକୁମ୍ଭ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ । ଏଥିରେ ଅଂଶଗ୍ରହଣ କରିବା ନିମନ୍ତେ ନିବେଶକଙ୍କୁ ଆମନ୍ତ୍ରଣ ଲାଗି ମଙ୍ଗଳବାର ବେଙ୍ଗାଲୁର ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁମ୍ବାଇ ପରେ ବୁଧବାର ବେଙ୍ଗାଲୁରରେ ଆୟୋଜନ କରାଯାଇଛି ଓଡ଼ିଶା ନିବେଶକ ସମ୍ମିଳନୀ । ଏଥିରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଟିମ୍‌ ମଙ୍ଗଳବାର ସେଠାରେ ପହଞ୍ଚିଛି । ଓଡ଼ିଶାର ବିକାଶ କାହାଣୀରେ ଭାଗିଦାର ହେବା ପାଇଁ ନବୀନ ଏହି ଅବସରରେ ନିବେଶକଙ୍କୁ ଆହ୍ୱାନ ଦେବେ ।

ଶିଳ୍ପସଂଘ ଫିକି ସହଯୋଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବୁଧବାର ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ଶିଳ୍ପକ୍ଷେତ୍ରରୁ ୫୦୦ରୁ ଊଦ୍ଧ୍ୱର୍ ଶିଳ୍ପପତି, ବ୍ୟବସାୟୀ ଏବଂ ନିବେଶକ ଯୋଗ ଦେବେ ।
ବୁଧବାର ଇ-କମର୍ସ ଏବଂ ଆଇଟି ସ୍ପେସ୍‌ ସମେତ ବିଭିନ୍ନ ପ୍ରମୁଖ କ୍ଷେତ୍ର ସହ ଜଡ଼ିତ ନାମୀଦାମୀ ନିବେଶକମାନେ ମୁଖ୍ୟମନ୍ତ୍ରୀଙ୍କ ସହ ୱାନ୍‌-ଟୁ-ୱାନ୍‌ ସାକ୍ଷାତ୍‌ କରିବେ ।