ପିଲାଙ୍କ ମଧ୍ୟାନ ଭୋଜନ ଚାଉଳ ହହପ କରି ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ପିଲାଙ୍କ ମଧ୍ୟାନ ଭୋଜନ ଚାଉଳ ହହପ କରି ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ଯାଜପୁର : ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଘଟଣାରେ  ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୁଅଁରପୁର ନୋଡାଲ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ନିଲମ୍ଵିତ ହୋଇଛନ୍ତି। ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ପିଲାଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ପ୍ରଧାନ ଶିକ୍ଷକ ଦୀର୍ଘ ମାସ ଧରି ଦେଇନଥିଲେ। ଖାଲି ସେତିକି ନୁହେଁ ପିଲାଙ୍କ ଡ୍ରେସ୍, ଜୋତା ବାବଦକୁ ଆସୁଥିବା ଅର୍ଥକୁ ମଧ୍ୟ ହରିଲୁଟ୍ କରୁଥିଲେ।

ଏନେଇ ବାରମ୍ବାର ଅଭିବାବକମାନେ ମଧ୍ୟ ଅଭିଯୋଗ କରିବା ପରେ ଏବିଓ ତଦନ୍ତ କରିଥିଲେ। ପ୍ରାୟ ୩ ଲକ୍ଷ ଟଙ୍କାର ମିଡ୍ ମିଲ୍ ଘୋଟାଲା ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଏସମ୍ପର୍କରେ ପ୍ରଧାନ ଶିକ୍ଷକ କୌଣସି ଉତ୍ତର ଦେଇପାରି ନଥିଲେ। ପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତରେ ପ୍ରଧାନ ଶିକ୍ଷକ ଏହି ଟଙ୍କା ହଡ଼ପ କରିଥିବା ସ୍ପଷ୍ଟ ହୋଇଥିଲା। ଯାହା ଫଳରେ ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକଙ୍କୁ ନିଲମ୍ଵିତ କରାଯାଇଛି। ଦଶରଥପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ କିଶୋର କୁମାର ମଲ୍ଲିକ ତାଙ୍କୁ ନିଲମ୍ଵିତ କରିଛନ୍ତି।