ଜାଣନ୍ତୁ କେତେ ପ୍ରତିଶତ ଭାରତୀୟ ବ୍ୟାନ୍ କରିଛନ୍ତି ଚୀନ୍ ସାମଗ୍ରୀ

ଜାଣନ୍ତୁ କେତେ ପ୍ରତିଶତ ଭାରତୀୟ ବ୍ୟାନ୍ କରିଛନ୍ତି ଚୀନ୍ ସାମଗ୍ରୀ

 ଜାଣନ୍ତୁ କେତେ ପ୍ରତିଶତ ଭାରତୀୟ ବ୍ୟାନ୍ କରିଛନ୍ତି ଚୀନ୍ ସାମଗ୍ରୀ
ନୂଆଦିଲ୍ଲୀ: ଗତ ବର୍ଷ ଜୁନ ୧୫ ତାରିଖରେ ଲଦ୍ଦାଖ ନିକଟବର୍ତ୍ତୀ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିବାବେଳେ ଭାରତ ତୁଳନାରେ ଅଧିକ ମାତ୍ରାରେ ଚୀନ ସୈନ୍ୟ ପ୍ରାଣ ହରାଇଥିଲେ ବୋଲି ପରବର୍ତ୍ତୀ ସମୟରେ ରିପୋର୍ଟ ପ୍ରକାଶ ପାଇଥିଲା । । ଏହି ସଂଘର୍ଷରେ ଶତ୍ରୁପକ୍ଷକୁ ଦମନ କରିବାରେ ବିହାର ରେଜିମେଣ୍ଟ ନିଜର ପରାକ୍ରମ ଦେଖାଇଥିଲା । ତେବେ ଭାରତ କେବଳ ଯୁଦ୍ଧ କ୍ଷେତ୍ରରେ ଜବାବ ଦେଇନାହିଁ, ଆର୍ଥିକ କ୍ଷେତ୍ରରେ ମଧ୍ୟ ଚୀନକୁ ପଛକୁ ଠେଲି ଦେଇଛି । ଗତ ଏକ ବର୍ଷ ମଧ୍ୟରେ ଭାରତୀୟମାନେ ଚୀନ ସାମଗ୍ରୀକୁ ବ୍ୟାନ କରିଛନ୍ତି । କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲ ସର୍କଲସର ଏକ ସର୍ଭେ ଅନୁଯାୟୀ, ୪୩ ପ୍ରତିଶତ ଭାରତୀୟ ଏକ ବର୍ଷ ମଧ୍ୟରେ ଚୀନର କୌଣସି ସାମଗ୍ରୀ କିଣି ନାହାନ୍ତି ।