ଆଇସିୟୁରେ ୩୧ ଜଣ କରୋନା ରୋଗୀ

ଆଇସିୟୁରେ ୩୧ ଜଣ କରୋନା ରୋଗୀ

 ଆଇସିୟୁରେ ୩୧ ଜଣ କରୋନା ରୋଗୀ
ଭୁବନେଶ୍ୱର : ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ତେବେ ରାଜ୍ୟରେ ରାଜ୍ୟରେ ଅଧିକ ଟେଷ୍ଟିଂ କଲେ ଅଧିକ ପଜିଟିଭ ଆସୁଛି । ଓଡିଶାରେ ୪ ହଜାର ୮୮୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ପାଖାପାଖି ୩୦୦ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ୩୧ ଜଣ କରୋନା ରୋଗୀ ଆଇସିୟୁରେ ଭର୍ତି ଅଛନ୍ତି । ୪ ଜଣ ଆକ୍ରାନ୍ତ ଭେଂଟିଲେଟରରେ ଅଛନ୍ତି । କୋଭିଡ ଜେନେରାଲ ବେଡ୍ ସଂଖ୍ୟା ୨ ହଜାର ୨୫୪ ରହିଛି । ଆଇସିୟୁ ୧୭୪ ଓ ଭେଂଟିଲେଟର ୮୫ଟି ରହିଛି ।