‘ଡି’ ବ୍ରଦର୍ସଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ, ଜେଲରୁ ଚଳାଉଛନ୍ତି ନେଟଓ୍ୱର୍କ
‘ଡି’ ବ୍ରଦର୍ସଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ, ଜେଲରୁ ଚଳାଉଛନ୍ତି ନେଟଓ୍ୱର୍କ
admin
Dec 11, 2020 - 05:40
Updated: Dec 11, 2020 - 05:40
କଟକ: କଟକର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ଧଳସାମନ୍ତ ବ୍ରଦର୍ସ ଏବେ ପୁଣି ଚର୍ଚ୍ଚାରେ । ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ୍ ଧଳସାମନ୍ତ ଜେଲ୍ରେ ଥାଇ ଅପରାଧିକ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ତଥ୍ୟ ସାମନାକୁ ଆସିଛି । ଡି’ ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ରେଡ୍ ବେଳେ ବାକ୍ସ ଭିତରୁ ପୋଲିସକୁ ୮ଟି ବନ୍ଧୁକ ସହ ପ୍ରାୟ ୫ଶହ ରାଉଣ୍ଡ ଗୁଳି ମିଳିଛି । ଜବତ ହୋଇଛି କିଛି ମୋବାଇଲ୍ ଫୋନ୍ । ଘଟଣାସ୍ଥଳରୁ ପୋଲିସ ୩ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଓ ତଥ୍ୟ ସଂଗ୍ରହ କରୁଛି । ଗତ ବୁଧବାର ରାତିରେ ଚୌଦ୍ୱାର ଥାନା ପୋଲିସ ଜଣେ ପେସାଦାର ଅପରାଧୀକୁ ଗିରଫ କରିଥିଲା ତା ନିକଟରୁ ଜବତ ହୋଇଥିଲା ବନ୍ଧୁକ । ଜେରା ବେଳେ ସେ ବନ୍ଧୁକ ଡି-ବ୍ରଦର୍ସଙ୍କ ସିଡିଏ ସ୍ଥିତଘରୁ ଆଣିଥିବା ପୋଲିସକୁ କହିଥିଲା । ଏହାପରେ ଆରମ୍ଭ ହୋଇଥିଲା ଚଢ଼ାଉ ।
ବେଆଇନ୍ ବନ୍ଧୁକ କାରବାର ଚାଲିଥିବା ସଂପର୍କରେ ସୂଚନା ମିଳିବା ପରେ ସ୍ପେଶାଲ ସ୍କ୍ବାଡ ପକ୍ଷରୁ ଆଇଆଇସି ଅଜୟ ଦାସଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ୍ ଧଳସାମନ୍ତଙ୍କ ଘର ଉପରେ ଚଢଉ କରି ୮ଟି ୯ଏମ୍ଏମ୍ ମାଉଜର, ୧୭ଟି ମାଗାଜିନ୍ ଓ ୫୪୩ ରାଉଣ୍ତ ଗୁଳି ଜବତ କରିଛି । ଏଥିରେ ୯ଏମ୍ଏମ୍ ଗୁଳି, ୩.୮ ଗୁଳି, ୩୦୩ ବନ୍ଧୁକର ଗୁଳି, ମୋବାଇଲ୍ ଫୋନ୍ ଇତ୍ୟାଦି ରହିଛି । ଏହି ଚୋରା ବ୍ୟବସାୟରେ ସ˚ପୃକ୍ତ ୨ଜଣଙ୍କୁ ପୋଲିସ୍ ଅଟକ ରଖି ଅଧିକ ତଥ୍ୟ ପାଇଁ ପଚରାଉଚରା କରୁଥିବା ସୂଚନା ଦିଆଯାଇଛି । ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ବରେ ଏଡିସିପି ତ୍ରିନାଥ ମିଶ୍ର, ପ୍ରମୋଦ ରଥ ପ୍ରମୁଖ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଛନ୍ତି ।