୫ ରାଜ୍ୟରେ ଏନଆଇଏ ଚଢଉ ଜୋରଦାର
୫ ରାଜ୍ୟରେ ଏନଆଇଏ ଚଢଉ ଜୋରଦାର
ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟର ପ୍ରାୟ ୬୦ଟି ସ୍ଥାନରେ ଆଜି ସକାଳୁ ଏନଆଇଏ ନିଜ ଚଢ଼ାଉକୁ ଜୋରଦାର କରିଛି। ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ କନେକସନ୍ ମାମଲାରେ ଏହି ଚଢ଼ାଉ ଚାଲିଛି । ବହୁ ସଂଖ୍ୟାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେଶ ସମେତ ବିଦେଶ ତଥା ଭାରତୀୟ ଜେଲ୍ରେ ଥାଇ ବି ବାହାରେ ନିଜ ଅପରେସନକୁ ଜୋରଦାର କରୁଛନ୍ତି। ଗୋଲ୍ଡି ବ୍ରାରଙ୍କ ସମେତ ଅନେକ ଗ୍ୟାଙ୍ଗଷ୍ଟର ବିଦେଶରେ ସକ୍ରିୟ ଅଛନ୍ତି। ଏହି ମାମଲାରେ ଆଜି ସକାଳୁ ପଞ୍ଜାବ, ହରିୟାଣା ଓ ରାଜସ୍ଥାନ ସମେତ ୫ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ରେଡ ଚାଲିଛି। ନିକଟରେ ଏନଆଇଏର ବରିଷ୍ଠ ଅଧିକାରୀମାନେ ଏ ସମ୍ପର୍କରେ ହରିୟାଣା ଏବଂ ପଞ୍ଜାବ ପୁଲିସର ଅଧିକାରୀଙ୍କୁ ଭେଟି ଅବଗତ କରାଇଥିଲେ । ପଞ୍ଜାବରେ କେବଳ ୨୫ରୁ ଅଧିକ ଜାଗାରେ ଚଢ଼ାଉ ଚାଲିଥିବା ଜଣାଯାଇଛି। ପଞ୍ଜାବ ପୁଲିସ୍ର ଆଣ୍ଟି-ଗ୍ୟାଙ୍ଗଷ୍ଟାର ଟାସ୍କ ଫୋର୍ସ ସମେତ ଦିଲ୍ଲୀ ପୁଲିସ୍ ଓ କେନ୍ଦ୍ର ଏଜେନ୍ସି ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।
ଗତ ଦୁଇ ମାସ ମଧ୍ୟରେ ପଞ୍ଜାବରେ ହୋଇଥିବା ଗ୍ୟାଙ୍ଗୱାର ସମ୍ପର୍କରେ କେନ୍ଦ୍ର ପକ୍ଷରୁ ପଞ୍ଜାବ ପୁଲିସକୁ ବହୁଥର ଆଲର୍ଟ କରାଯାଇଛି। ବହୁ ଆତଙ୍କୀ ହାମଲା ପଛରେ ଗ୍ୟାଙ୍ଗୱାର ଥିବା ପଦାକୁ ଆସିଛି। ଏପରିକି ବହୁ ଦୁର୍ଦ୍ଦାନ୍ତ ଅପରାଧୀ ଜେଲ୍ ଚାରିକାନ୍ଥରେ ଥାଇ ବି ବାହାରେ ନିଜ ଅପରେସନ ଚଳାଉଛନ୍ତି । ନିକଟରେ ସିଦ୍ଧୁ ମୁସେୱାଲା ହତ୍ୟାରେ ସମ୍ପୃକ୍ତ ଅନେକ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍ ଟଇଚଇ ଲାଗୁ କରିଛି ।




admin 