୫ ନିଖୋଜ ଭାରତୀୟଙ୍କୁ ଉଦ୍ଧାର କଲା ସେନା

୫ ନିଖୋଜ ଭାରତୀୟଙ୍କୁ ଉଦ୍ଧାର କଲା ସେନା

୫ ନିଖୋଜ ଭାରତୀୟଙ୍କୁ ଉଦ୍ଧାର କଲା ସେନା
ନୂଅଦିଲ୍ଲୀ : ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଥିବା ୫ ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଏହି ୫ ନାଗରିକଙ୍କୁ ହସ୍ତାନ୍ତର କରାଯାଇଛି । ଖିବତୁର ସୀମା ପୋଷ୍ଟରେ ଏହି ଯୁବକ ମାନଙ୍କୁ ହସ୍ତାନ୍ତର କରାଯାଇଛି । ଚୀନ ସେନା ସହିତ ହଟଲାଇନରେ ସମ୍ପର୍କ କରାଯିବା ପରେ ଏହି ଯୁବକ ମାନେ ଫେରୁଥିବା ନେଇ ଶୁକ୍ରବାର କ୍ରୀଡା ମନ୍ତ୍ରୀ କିରଣ ରିଜିଜ୍ଜୁ ପ୍ରକାଶ କରିଛନ୍ତି । ଏହି ଯୁବକ ମାନେ ଶିକାରୀ ହୋଇଥିବା ବେଳେ ଭୁଲ ବଶତଃ ଚୀନ ସୀମାରେ ପ୍ରବେଶ କରିଯାଇଥିଲେ । ସେପ୍ଟେମ୍ବର ୧ରୁ ଯୁବକ ମାନେ ନିଖୋଜ ହୋଇଯାଇଥିଲେ । ଯୁବକ ମାନେ ଶିକାରୀ ବୋଲି ଭାରତୀୟ ସେନା ପକ୍ଷରୁ ବାର୍ତ୍ତା ଜାରି କରାଯାଇଥିବା ବେଳେ ପରିବାର ପକ୍ଷରୁ ସେମାନେ କୁମ୍ବାର ବୋଲି କୁହାଯାଇଛି ।