୫୦ ବର୍ଷରୁ ବିଲୁପ୍ତ ‘ଗୀତ ଗାଉଥିବା କୁକୁର’ କୁ ପୁଣି ଖୋଜି କାଢିଲେ ଜୀବ ବିଜ୍ଞାନୀ

୫୦ ବର୍ଷରୁ ବିଲୁପ୍ତ ‘ଗୀତ ଗାଉଥିବା କୁକୁର’ କୁ ପୁଣି ଖୋଜି କାଢିଲେ ଜୀବ ବିଜ୍ଞାନୀ

୫୦ ବର୍ଷରୁ ବିଲୁପ୍ତ ‘ଗୀତ ଗାଉଥିବା କୁକୁର’ କୁ ପୁଣି ଖୋଜି କାଢିଲେ ଜୀବ ବିଜ୍ଞାନୀ

କେବଳ ମନୁଷ୍ୟ ନୁହେଁ ଅନେକ ପଶୁ ଓ ପକ୍ଷୀ ଅଛନ୍ତି ଯେଉଁମାନେ ମଣିଷ ପରି ଗୀତ ଗାଇବା ସହ ଗୁଣଗୁଣାନ୍ତି ମଧ୍ୟ । ବୈଜ୍ଞାନିକମାନେ ଏପରି ଏକ ବିରଳ କୁକୁର ପ୍ରଜାତିଙ୍କୁ ଖୋଜି କାଢିଛନ୍ତି ଯେଉଁମାନେ ଗୀତ ଗୁଣଗୁଣେଇବା ସହ ହାରମୋନିୟମ ଭଳି ଶବ୍ଦ ବି କରିପାରନ୍ତି । ଏହି କୁକୁର ପ୍ରଜାତି ପ୍ରାୟ ୫୦ ବର୍ଷରୁ ଊର୍ଦ୍ଧ୍ୱକାଳ ହେଲା ବିଲୁପ୍ତ ହୋଇଯାଇଥିଲେ ବୋଲି ଆଶଙ୍କା କରାଯାଉଥିଲା ।  ଗୀତ ଗାଉଥିବା ଏହି କକୁର ପ୍ରଜାତି ନ୍ୟୁଗିନି ଦ୍ୱୀପରେ ଦେଖାଯାଆନ୍ତି। ତେବେ ଦୀର୍ଘ ବର୍ଷରୁ ଏମାନଙ୍କର ବଂଶ ବିଲୁପ୍ତ ହୋଇଯାଇଥିଲା । ଏହି କୁକୁରମାନେ ସେମାନଙ୍କର ଭୁକିବା ଓ ଗୀତଗାଇବା ଶୈଳୀ ଯୋଗୁ ସାରା ପୃଥିବୀରେ ଜଣାଶୁଣା । ବୈଜ୍ଞାନିକଙ୍କ ଅନୁସାରେ ୧୯୭୦ ମସିହା ବେଳେକୁ ଏହି ପ୍ରଜାତିର କୁକୁରଙ୍କ ବଂଶ ବିଲୁପ୍ତ ବୋଲି ଆଶଙ୍କା କରାଯାଇଥିଲା । ସେବେଠାରୁ ଏପରି କୁକୁରଙ୍କୁ ନ୍ୟୁଗିନିରେ କେଉଁଠି ବି ହେଲେ ଦେଖାଯାଇ ନଥିବା ବେଳେ ସେମାନଙ୍କ ଗୀତ, କାନ୍ଦଣା କାହା କାନରେ ପଡି ନଥିଲା । ତେବେ ଏହି କୁକୁରଙ୍କ ଅନୁସନ୍ଧାନ କରୁଥିବା ଜୀବ ବିଜ୍ଞାନିମାନଙ୍କୁ ସଫଳତା ମିଳିଛି । ନ୍ୟୁଗିନି ଗୋଲ୍ଡମାଇନ୍ ଅଞ୍ଚଳରେ ବୈଜ୍ଞାନିକ ଠାବ କରିଥିବା ବେଳେ ସେମାନଙ୍କ ରକ୍ତ ନମୁନାରୁ ବିଲୁପ୍ତ ପ୍ରଜାତିର ବୋଲି ସ୍ପଷ୍ଟ ହୋଇଯାଇଛନ୍ତି ।  ୨୦୧୬ ମସିହାରେ ଏହି କୁକୁର ପ୍ରଜାତି ଏବେବି ନ୍ୟୁଗିନିରେ ଅଛନ୍ତି ବୋଲି ସୂଚନା ମିଳିଥିଲା । ସେବେଠାରୁ ବୈଜ୍ଞାନିକଙ୍କ ଏକ ଦଳ ଏହି କୁକୁର ପ୍ରଜାତିର ସନ୍ଧାନ କରୁଥିବା ବେଳେ ୫୦ ବର୍ଷ ପରେ ସେମାନଙ୍କର ସନ୍ଧାନ କରିବାରେ ସଫଳ ହୋଇଛନ୍ତି ।