+୨ ମୂଲ୍ୟାୟନ: ପ୍ରଥମ ବୈଠକ ଅନୁଷ୍ଠିତ

+୨ ମୂଲ୍ୟାୟନ: ପ୍ରଥମ ବୈଠକ ଅନୁଷ୍ଠିତ

+୨ ମୂଲ୍ୟାୟନ: ପ୍ରଥମ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: +୨ ପରୀକ୍ଷା ମୂଲ୍ୟାୟନ ପାଇଁ ଗଠିତ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କମିଟିର ସମସ୍ତ ୧୪ ଜଣ ସଦସ୍ୟ ନିଜ ନିଜ ମତ ଉପସ୍ଥାପନ କରିଛନ୍ତି । ସଦସ୍ୟଙ୍କ ମତାମତକୁ ବିଶ୍ଳେଷଣ କରି ଖୁବ୍ ଶୀଘ୍ର ଏକ ଫର୍ମୁଲା ବାହାରିବ । ମୂଲ୍ୟାୟନ ଫର୍ମୁଲାକୁ ନେଇ ପୁଣି ଥରେ ବୈଠକ ବସି ଆଲୋଚନା ହେବ । ମାଧ୍ୟମିକ ଶିକ୍ଷା ପରିଶଦ ଅଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି ।