୨୪ ଘଣ୍ଟାରେ ରାଜ୍ୟରେ ୧୬ କରୋନା ସଂକ୍ରମିତ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରେ ୧୬ କରୋନା ସଂକ୍ରମିତ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରେ ୧୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦ଜଣ ଓ ସ୍ଥାନୀୟ ସଂକ୍ରମିତ ୬ଜଣ ରହିଛନ୍ତି ।  ସେମାନଙ୍କ ମଧ୍ୟରୁ ୪ଜଣ ଛୁଆ ଅଛନ୍ତି ।

 

ସୂଚନା ଓ ଲୋକସଂପର୍କ ବିଭାଗର ରିପୋର୍ଟ ଅନୁସାରେ କେନ୍ଦ୍ରାପଡାରୁ ୧, ଖୋର୍ଦ୍ଧାରୁ ସର୍ବାଧିକ ୬, ବଲାଙ୍ଗୀରରୁ ୨, ଯାଜପୁରରୁ ୨, ରାୟଗଡାରୁ ୧, ସମ୍ବଲପୁରରୁ ୩ ଓ ସୁନ୍ଦରଗଡରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୭ହଜାର ୭୭୩କୁ ବୃଦ୍ଧି ପାଇଛି ।