୨୦ ବର୍ଷ ପରେ ସୈଫ୍-ତବୁ ଏକାଠି!

୨୦ ବର୍ଷ ପରେ ସୈଫ୍-ତବୁ ଏକାଠି!

୨୦ ବର୍ଷ ପରେ ସୈଫ୍-ତବୁ ଏକାଠି!
୧୯୯୯ରେ ରିଲିଜ ହୋଇଥିବା ବୀବୀ ନଂ-୧’ ଫିଲ୍ମରେ ପ୍ରଥମ ଥର ପାେଇଁ ସୈଫ ଅଲ୍ଲୀ ଖାନ ଓ ତବୁ ଦେଖିବାକୁ ମିଳିଥିଲେ । ସେହିବର୍ଷ ଆସିଥିଲା ହମ୍ ସାଥ୍ ସାଥ ହେଁ ଏବଂ ଏଥିରେ ଦୁହେଁ ଦିଅର ଭାଉଜ ଭୂମିକାରେ ଅଭିନୟ କରିଥିଲେ । ଦୁହିଁଙ୍କ ଯୋଡ଼ି ଦର୍ଶକଙ୍କୁ ପସନ୍ଦ ଆସିଥିଲା । ଏବେ କୋଡ଼ିଏ ବର୍ଷ ପରେ ପୁଣି ଥରେ ସୈଫ ଏବଂ ତବୁ ‘ଜୱାନି ଜାନେମନ୍’ ଫିଲ୍ମ ମାଧ୍ୟମରେ ପରଦା ଉପରେ ଏକାଠି ହେବାକୁ ଯାଉଛନ୍ତି । ସୈଫଙ୍କ ନିଜସ୍ୱ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମିତ ହେଉଥିବା ଏହି ଫିଲ୍ମର ପ୍ରଥମ ଭାଗ ଲଣ୍ଡନରେ ସୁଟିଂ ସରିଛି । ଉଲ୍ଲେଖନୀୟ କଥା ହେଉଛି, ପୂଜା ବେଦୀଙ୍କ କନ୍ୟା ଆଲିୟା ଫନିଚରୱାଲା ଏ ଫିଲ୍ମରୁ ବଲିଉଡ଼ ଜୀବନ ଆରମ୍ଭ କରିବେ । ଜଣେ ଚାଳିଶ ବର୍ଷ ବୟସ୍କ ବ୍ୟକ୍ତି ଏବଂ ତାଙ୍କ ଝିଅ ଉପରେ ଫିଲ୍ମର କାହାଣୀ ଆଧାରିତ ।