ଜାଣନ୍ତୁ ଫାସଟ୍ୟାଗର ସୁବିଧା କଣ ରହିଛି

ଜାଣନ୍ତୁ ଫାସଟ୍ୟାଗର ସୁବିଧା କଣ ରହିଛି

ଜାଣନ୍ତୁ ଫାସଟ୍ୟାଗର ସୁବିଧା କଣ ରହିଛି
ନୂଆଦିଲ୍ଲୀ : ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) ର ମାଇଁ ଫାସଟ୍ୟାଗ ଆପ’ରେ ନୂଆ ସୁବିଧା ସାମିଲ କରାଯାଇଛି । ଏହା ଜରିଆରେ ବ୍ୟବହାରକାରୀମାନେ ନିଜ ଫ୍ୟାସଟ୍ୟାଗ ଆକାଉଣ୍ଟରେ ବାଲାନ୍ସ ଜାଣିପାରିବେ । ଆପରେ ‘ଜେକ ବାଲାନ୍ସ ଷ୍ଟାଟସ’ ସୁବିଧାକୁ ଯୋଡ଼ା ଯାଇଛି । ବ୍ୟବହାରକାରୀମାନେ ନିଜ ଗାଡ଼ିର ନମ୍ବର ଦେଇ ଆକାଉଣ୍ଟ ବାଲାନ୍ସ ଜାଣିପାରିବେ । ଉଭୟ ଗାଡ଼ି ମାଲିକ ଏବଂ ଟୋଲ ପ୍ଲାଜା ଅପରେଟର ଆକାଉଣ୍ଟ ବାଲାନ୍ସକୁ ଜାଣିପାରିବେ । ଆକାଉଣ୍ଟ ବାଲାନ୍ସକୁ ବିଭିନ୍ନ ରଙ୍ଗ ଜରିଆରେ ପ୍ରଦର୍ଶିତ କରାଯାଉଛି । ପର୍ଯ୍ୟାପ୍ତ ପରିମାଣର ବାଲାନ୍ସ ଥିଲେ ସବୁଜ ରଙ୍ଗ, କମ ବାଲାନ୍ସ ଥିଲେ କମଳା ଓ ବ୍ଲାକ ଲିଷ୍ଟ ଥିବା ଟ୍ୟାଗ ପାଇଁ ଲାଲ ରଙ୍ଗ କୋଡକୁ ବ୍ୟବହାର କରାଯାଉଛି ।