୨୦୧୬-୧୭ ବର୍ଷ ଟ୍ରମ୍ପ ଦେଇଛନ୍ତି ମାତ୍ର ୭୫୦ ଡଲାର ଟିକସ

୨୦୧୬-୧୭ ବର୍ଷ ଟ୍ରମ୍ପ ଦେଇଛନ୍ତି ମାତ୍ର ୭୫୦ ଡଲାର ଟିକସ

୨୦୧୬-୧୭ ବର୍ଷ ଟ୍ରମ୍ପ ଦେଇଛନ୍ତି ମାତ୍ର ୭୫୦ ଡଲାର ଟିକସ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ୱିତୀୟ ଥର ରିପବ୍ଲିକାନ ଦଳର ପ୍ରାର୍ଥୀ ହୋଇଚୁନ୍ତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ମଙ୍ଗଳବାର ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନଙ୍କ ସହିତ ତାଙ୍କର ବିତର୍କ ହେବାକୁ ଥିବା ବେଳେ ନଭେମ୍ବର ୩ ତାରିଖରେ ଭୋଟଦାନ ହେବ । ଏହା ପୂର୍ବରୁ ଟ୍ରମ୍ପଙ୍କୁ ଅଡୁଆରେ ପକାଇବା ଭଳି ଏକ ରିପୋର୍ଟ ନି୍ୟୟର୍କ ଟାଇମସରେ ପ୍ରକାଶ ପାଇଛି । ଟ୍ରମ୍ପ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ହେବା ବର୍ଷ ଆମେରିକା ସରକାରଙ୍କୁ ମାତ୍ର ୭୫୦ ଡଲାର । ବର୍ତ୍ତମାନର ବିନିମୟରେ ମୂଲ୍ୟରେ ଭାରତୀୟ ମୁଦ୍ରାରେ ଏହା ୫୫,୨୨୫ ଟଙ୍କା । ସେହିଭଳି ହ୍ୱାଇଟ ହାଉସରେ ରାଷ୍ଟ୍ରପତି ଭାବେ ରହିବାର ପ୍ରଥମ ବର୍ଷ ସେ ଆଉ ୭୫୦ ଡଲାର ଟିକସ ଦେଇଛନ୍ତି । ୨୦ ବର୍ଷର ଟିକସ ରିଟର୍ଣ୍ଣ ତଥ୍ୟକୁ ବିଶ୍ଳେଷଣ କରି ନୁ୍ୟୟର୍କ ଟାଇମସ ଏହା କହିଛି । ଆମେରିକାରେ ଟ୍ରମ୍ପ ଗତ ୧୫ ବର୍ଷ ମଧ୍ୟରୁ ୧୦ ବର୍ଷ ଟଙ୍କାଟିଏ ଟିକସ ଦେଇନାହାନ୍ତି । କାରଣ ତାଙ୍କର ଆୟ ଯାହା ହୋଇଛି ତାହାଠାରୁ ଅଧିକ ସେ କ୍ଷତି ସହିଥିବା ଦର୍ଶାଇଛନ୍ତି । ତେବେ ୨୦୧୭ ରେ ସେ କିମ୍ବା ତାଙ୍କ କମ୍ପାନୀ ୨୦୧୭ରେ ଭାରତର ୧୪୫.୪୦୦ ଡଲାର ଟିକସ ଦେଇଛନ୍ତି । ଆଇନତଃ ଆମେରିକା ରାଷ୍ଟ୍ରପତି ତାଙ୍କର ବ୍ୟକ୍ତିଗତ ସମ୍ପତ୍ତିର ବିସ୍ତୃତ ବିବରଣୀ ପ୍ରକାଶ କରିବାକୁ ବାଧ୍ୟ ନୁହନ୍ତି । କିନ୍ତୁ ରିଚାର୍ଡ ନିକ୍ସନ ରାଷ୍ଟ୍ରପତି ହେବା ଦିନଠାରୁ ପ୍ରତ୍ୟେକ ରାଷ୍ଟ୍ରପତି ଏହି ରିପୋର୍ଟ ଦେଇ ଆସୁଛନ୍ତି ।